ସ୍ୱାଧୀନତା ଆନ୍ଦୋଳନ ପାଇଁ ବୀର ବୈଷ୍ଣବ ଅନେକ ଥର କାରବାରଣ କରି ଥିଲେ

ବୀର ବୈଷ୍ଣବ ପଟନାୟକ ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ସୁରକ୍ଷା ସମିତି ତରଫରୁ ପୁରୁଣା ଜିଲ୍ଲା ପରିଷଦ ଭବନରେ ସ୍ବାଧିନତା ସଂଗ୍ରମୀ ଓ ପ୍ରଜାମଣ୍ଡଳ ଆନ୍ଦୋଳନର କଣ୍ଣଧାର ସୂର୍ଗତ ବୀର ବୈଷ୍ଣବ ପଟ୍ଟନାୟକଙ୍କର ଅଷ୍ଟମ ଶ୍ରାଦ୍ଧବାର୍ଷିକ ରେ ଏକ ସ୍ମତିଚାରଣ ଅନୁଷ୍ଠିତ ହୋଇଛି ।   ଢେଙ୍କାନାଳ ସୁରକ୍ଷା ସମିତିର ଆବାହକ ପ୍ରିୟବ୍ରତ ଗଡନାୟକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭା ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ସରୋଜ କୁମାର ସେଠି,  ଆଇନଜିବୀ ସୁରେନ୍ଦ୍ର ମିଶ୍ର, ବିଭାବନା ସମ୍ପାଦକ ମନୋରଂଜନ ନନ୍ଦ, ଶିଳ୍ପୀ ପରେଶ ପଟ୍ଟନାୟକ , ବୈଷ୍ଣବ ପଟ୍ଟନାୟକଙ୍କ ବଡପୁଅ ଚିତ୍ତରଂଜନ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ବୀର ବୈଷ୍ଣବ ଙ୍କ ପାଇଁ ସହିଦ ବାଜି ରାଉତ ଦେଶ ର ସର୍ବ କନିଷ୍ଟ ସହିଦ ର ମାନ୍ୟତା ପାଇଥିଲେ, ସେ ସ୍ୱାଧୀନତା ଆନ୍ଦୋଳନ ପାଇଁ ଅନେକ ଥର କାରବାରଣ କରି ଥିଲେ ବୋଲି କହି ଥିଲେ ।ଏହି ସ୍ମତିଚାରଣରେ ସାମାଜିକ କର୍ମୀ ତଥା ରୋଟାରିଆନ ରାଜକିଶୋର ବେହେରା, ସୂଚନା କର୍ମୀ ବିକାଶ ନାୟକ, ସମୀର ସାହୁ, ନିଶାନିବାରଣ ଅଭିଯାନର ଉପଦେଷ୍ଟା ଜୟନ୍ତ ଧଳ, ବରିଷ୍ଟ ଆଇନଜିବୀ ଦୀପକ ପ୍ରସାଦ ପଟ୍ଟନାୟକ,  କବି ବାହାଦୂର ପାଟ୍ଟଶାଣୀ, ଜାତୀୟ ଘୋଷକ ଅମିୟ ଚାନ୍ଦ, ଥିଙ୍କର୍ସ ଫୋରମ ଅଧକ୍ଷ ସୋମେନ୍ଦ୍ର ମିଶ୍ର, ସମ୍ପାଦକ ଆଇନଜିବୀ ପ୍ରକାଶ ରାଉତ,  କଲ୍ଯାଣ କାନୁନଗୋ, ରାଜୀବ କର, ପ୍ରକାଶ ଗଡନାୟକ, ନିମାଇଁ ଛରଣ ସାହୁ, ବିଶ୍ବନାଥ ମହାପାତ୍ର, କ୍ଷିରୋଦ ଚନ୍ଦ୍ର ନାୟକ, ନଜରୁଲ ଇସଲାମ, ସୁଶିଳ କୁମାର ନନ୍ଦ, ନିଳମଣୀ ମହାରଣା, ପ୍ରବୀର ସୋମେନ ସାହୁ, ବୈଷ୍ଣବ ପଟ୍ଟନାୟକଙ୍କ ସାନପୁଅ ମନୋରଂଜନ ପଟ୍ଟନାୟକ, ବୈକୁଣ୍ଠ ବିହାରୀ ସ୍ବାଇଁ ପ୍ରମୂଖ ବୁଦ୍ଧିଜିବୀ ବୈଷ୍ଣବ ପ୍ରେମୀ ତାଙ୍କର ଜୀବନୀ ଓ ସଂଗ୍ରାମୀ ଉପରେ ମତ ପ୍ରକାଶ କରିଥିଲେ ।

Comments (0)
Add Comment