ତୈଳକ ମହାସଂଘର  ବନ୍ଧୁ ମିଳନ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାର ଓଡାପଡା  ବ୍ଲକ ଗଦାଶିଳା ପଂଚାୟତ ଅନ୍ତର୍ଗତ ଚାଇଁପୁର ଠାରେ  ତୈଲିକ ମହାସଂଘର  ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ  ବିଶ୍ୱ କିପରି ମହାମାରୀ ଠାରୁ ଦୂରେଇ ଲୋକଙ୍କ ଧନ ଜୀବନ ସୁଖମୟ ହେବ ଜଗନାଥଙ୍କ ପାଖରେ ଗୁହାରି ଜଣେଇଛନ୍ତି ।ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ଏକାଠି ହୋଇ ନିଜର ସୁଖ ଦୁଃଖ କଥା ହୋଇଛନ୍ତି । 

ପୁରୀରେ ଥିବା  କୁବେର ମଠ  କିପରି ବିଶ୍ୱ ପ୍ରସିଦ୍ଧ ହୋଇ ପାରିବ ତାହା ବିଷୟରେ ଆଲୋଚନା ହୋଇଛି । ସଭାରେ  ସୁଶାନ୍ତ କୁମାରସାହୁ ସଭାପତିତ୍ୱ କରିଥିଲେ  ସମ୍ପାଦକ  ଅମର ସାହୁ ଏବଂ ଉପଦେଷ୍ଟା ଲଳିତ ମୋହନ ସାହୁ  ସଭାରେ ଉପସ୍ଥିତ ଥିଲେ ।

Comments (0)
Add Comment