ମମିତା ମେହେର ପ୍ରସଙ୍ଗ ବିଜେପି ମହିଳା ମୋର୍ଚ୍ଚାର ରାଲି

ମୁଖ୍ୟ ଷଡଯନ୍ତ୍ରକାରୀ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ ନକରି ତଦନ୍ତକୁ ପୋଲିସ୍ ବାଟମାରଣ

ଢେଙ୍କାନାଳ: ମମତା ମେହେର ହତ୍ୟା ପ୍ରସଙ୍ଗ ରେ ଢେଙ୍କାନାଳ ଜିଲା ମହିଳା ମୋର୍ଚ୍ଚା ଆନେ୍ଦାଳନ କୁ ଓହ୍ଲାଇଛି । ଢେଙ୍କାନାଳ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ମମତା ସ୍ୱାଇଁଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖରୁ ବାହାରି ଜିଲ୍ଲାପାଳଙ୍କୁ ସାକ୍ଷାତ କରି ମହାମହିମ ରାଜ୍ୟପାଳଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକ ପତ୍ର ଦେଇଥିଲେ ।

ଏହି ଶୋଭାଯାତ୍ରାରେ ଜିଲ୍ଲା ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ସବିତା ନାୟକ, ଭାରତୀ ସ୍ୱାଇଁ, ସଂପାଦିକା ଅନିତା ଦାସ, ସାଧାରଣ ସଂପାଦିକା ସସ୍ମିତା ସାମଲ, ରୋଜାଲିନି ପାତ୍ର, ମଞ୍ଜୁଲତା ସାହୁ, ସଞ୍ଜୁକ୍ତା ବେହେରା, ପୁଷ୍ପଲତା ସାମଲ, ସୁଜାତା ସାହୁ, ସସ୍ମିତା ସାହୁ, ରେଖା ମହାପାତ୍ରଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତା ଉପସ୍ଥିତ ଥିଲେ । ମହିଳା ମୋର୍ଚ୍ଚାକୁ ଉତ୍ସାହିତ କରିବା ପାଇଁ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବିଜେପି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ମହାଦୀପ ଯଶୋବନ୍ତ ମହିମା, ନଗର ମଣ୍ଡଳ ସଭାପତି ଅଜୟ କୁମାର ଭଞ୍ଜ, ଜିଲ୍ଲା ଆଇଟି ସେଲ୍ ପ୍ରଭାରୀ ରମ୍ୟ ରଞ୍ଜନ ମହାପାତ୍ର, ଜିଲ୍ଲା ଓବିସି ମୋର୍ଚ୍ଚା ସାଧାରଣ ସଂପାଦକ ଧୃବଚରଣ ସ୍ୱାଇଁ, ଯୁବମୋର୍ଚ୍ଚା ନଗର ମଣ୍ଡଳ ସଭାପତି ସଂକଳ୍ପ ଦାସ, ଉପସଭାପତି ସୁଚିତ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ଯେ, କଳାହାଣ୍ଡିର ମହାଲିଙ୍ଗ ବିଦ୍ୟାଳୟର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଗତ ଅକ୍ଟୋବର ମାସ ୮ ତାରିଖରେ ଅତି ନିର୍ମମ ଭାବରେ ହତ୍ୟା କରାଯାଇ ଖଣ୍ଡ ଖଣ୍ଡ କରି କାଟି ପୋଡି ପୋତି ଦିଆଯାଇଥିଲା । ପୁଲିସର ପକ୍ଷପାତିତା ଓ ଅପରାଧିଙ୍କୁ ଘଣ୍ଟ ଘୋଡାଉଥିବା ବିରୋଧରେ ରାଜରାସ୍ତାରେ ଆନେ୍ଦାଳନ ଜାରି ରଖିଛନ୍ତି । ଅପରାଧି ଗୋବିନ୍ଦ ସାହୁଙ୍କୁ ଗିରଫ କରାଯାଇଥିବା ସ୍ଥଳେ ମୁଖ୍ୟ ଷଡଯନ୍ତ୍ରକାରୀ ଗୃହମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗିରଫ ନକରି ତଦନ୍ତକୁ ପୋଲିସ୍ ବାଟମାରଣ କରିଛି । ତତ୍ ସଙ୍ଗେ ସଙ୍ଗେ ହତ୍ୟାକାଣ୍ଡ ସଂପର୍କୀତ ଅନେକ ତଥ୍ୟ ଓ ପ୍ରମାଣକୁ ପୋଲିସ୍ ନଷ୍ଟ କରିଦେଇଛି । କେନ୍ଦ୍ର ସରକାର ୨୦୧୮ ମସିହାରେ ମହିଳା ଓ ଶିଶୁ ଅପରାଧ ନିୟନ୍ତ୍ରଣ ପାଇଁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠ କରିବାକୁ ରାଜ୍ୟକୁ ପରାମର୍ଶ ଦେଇଥିଲେ । ଡିସେମ୍ବର ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ କି ଏ ବାବଦରେ ପୃଥକ ଭାବରେ ଏକ ଅନୁସନ୍ଧାନ ପ୍ରକୋଷ୍ଠ ରହିବ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମାତ୍ର ଘୋଷଣା ହୋଇ ରହିଗଲା, ଅଗଷ୍ଟ ୨୦୨୦ରେ ଜନୈକ ବରିଷ୍ଠ ପୋଲିସ୍ ଅଧିକାରୀଙ୍କୁ ପ୍ରକୋଷ୍ଠର ଅତିରିକ୍ତ ଚାର୍ଜ ଦିଆଯାଇଥିଲା । ମମିତା ମେହେରଙ୍କ ହତ୍ୟାକାଣ୍ଡ ତଦନ୍ତକୁ ନେଇ ଗତ ଡିସେମ୍ବର ୮ ତାରିଖରେ ବିଜେପି ମହିଳା ମୋର୍ଚ୍ଚାର ଏକ ପ୍ରତିନିଧି ଉପରୋକ୍ତ ଅଧିକାରୀଙ୍କ ସହ ଦେଖା କରି ଆଲୋଚନା କରିଥିଲେ ସୁଦ୍ଧା ତାଙ୍କଠାରୁ କୌଣସି ସନ୍ତୋଷଜନକ ଉତର ପ୍ରାପ୍ତ ହୋଇନଥିଲା । ଏନ୍.ସି.ଆର୍.ବି ରିପୋର୍ଟ ଅନୁସାରେ ଓଡିଶାରେ ପ୍ରତିଦିନ ୪ ବଳକ୍ରାର, ୬ଅପହରଣ ଘଟୁଛି ଏବଂ ୨୭ ହଜାର ଶିଶୁ ଗତ ୭ବର୍ଷରେ ନିଖୋଜ ଅଛନ୍ତି । ସମଗ୍ର ଦେଶରେ ମହିଳା ଓ ଶିଶୁ ଅପରାଧରେ ଓଡିଶା ତୃତୀୟ ସ୍ଥାନରେ ଅଛି । ଦିନକୁ ଦିନ ମହିଳା ଓ ଶିଶୁଙ୍କ ଉପରେ ଅପରାଧ ବଢି ଚାଲିଛି । ଏଥିରୁ ଜଣାଯାଉଛି ଉକ୍ତ ବିଭାଗ ପକ୍ଷରୁ କୌଣସି ଭୂମି ଭିତିକ କାର୍ଯ୍ୟ କରାଯାଉନାହିଁ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମାତ୍ର ଜନତାଙ୍କୁ ଭ୍ରମିତ କରିବା ପାଇଁ ଏକ ଧୂଆଁ ବାଣ ବୋଲି ବିଜେପି ନେତୃମଣ୍ଡଳୀ ଅଭିଯୋଗ କରିଛନ୍ତି ।

Comments (0)
Add Comment