ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଘାଟିତ

 ଗଁଦିଆ : ଢେ଼ଙ୍କାନାଳ ଜିଲ୍ଳା ଗଁଦିଆ ବ୍ଲକ ର ବେଗା ଗ୍ରାମପଞ୍ଚାୟତ  ବେଗା ଗ୍ରାମରେ ମା ତାରିଣୀ ଫ୍ରେଣ୍ଡ୍ସେ  କ୍ଳବ୍ ସହଯୋଗ ରେ ପ୍ରଥମ ବାର୍ଷିକ ବେଗା ମହୋତ୍ସବ ଉଦଘାଟନ ହୋଇଯାଇଛି |ଏହି କାର୍ଯ୍ୟକ୍ରମରେ  ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ଭୂୟାଁ , ସ୍ଥାନୀୟ ସରପଞ୍ଚ ସୁଧାଂଶୁବାଳା ସାହୁ , ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ , ପୂର୍ବତନ ଶିକ୍ଷକ ଚନ୍ଦ୍ରକାନ୍ତ କାନୁନଗୋ ପ୍ରମୁଖ ଯୋଗଦେଇ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ |

ଏହି ଉତ୍ସବରେ ଗଁଦିଆ ଡିଜିଟାଲ ମିଡିଆ ଆସୋସିଏସନ୍ ର ସାଧାରଣ ସମ୍ପାଦକ ବାଦଲ ମହାନ୍ତି , କୋଷାଧ୍ୟକ୍ଷ ଅକ୍ଷୟ ପାତ୍ର ଙ୍କ ସମେତ ବେଗା ପଞ୍ଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଙ୍କୁ  ସମ୍ମାନୀତ କରାଯାଇଛି | ଆଗାମୀ ବର୍ଷ ଗୁଡ଼ିକରେ ରେ ଉକ୍ତ ଉତ୍ସବ କୁ କିପରି ସରସ ସୁନ୍ଦର କରାଯାଇପାରିବ ସେଥିପାଇଁ ବକ୍ତା  ମାନେ ନିଜନିଜର ଅଭିଭାଷଣ ରେ ମତବ୍ୟକ୍ତ କରିଥିଲେ। ଉତ୍ସବ ରେ ସ୍ଥାନିୟ   କଳାକାର ତଥା କୁନିକୁନି  ପିଲାମାନଙ୍କ ଦ୍ୱାରା ନାଚଗୀତ ର ଆୟୋଜନ କରାଯାଇଥିଲା।  ମିନା ବଜାରର ମଜା ନେବା ସହ ବିଭିନ୍ନ ଦୋଳି ର ମଜା ଦର୍ଶକମାନେ ନେଉଥିବା ଦେଖିବାକୁ ମିଳିଥିଲା। ଆସନ୍ତା ଗୁରୁବାର ଦିନ ଏହି ଉତ୍ସବ ଉଦଯାପିତ ହେବ ବୋଲି ଆୟୋଜକ ପ୍ରକାଶ କରିଛନ୍ତି।

Comments (0)
Add Comment