ଶକ୍ତି ଟିଭି ର ରାଜ୍ୟସ୍ତରୀୟ ପ୍ରଥମ ସ୍ଵନକ୍ଷତ୍ର ଉତ୍ସବ ପାଳିତ

ଭବାନୀପାଟଣା : ଭବାନୀପାଟଣା ଅମଲା ଭବନ ପୁରୁଣା ବସଷ୍ଟାଣ୍ଡଠାରେ ଓଡ଼ିଶାର ଏକ ଅଗ୍ରଣୀ ତଥା ନିର୍ଭୀକ ଓ ନିରପେକ୍ଷ ଖବର ପ୍ରସାରଣ କରୁଥବା ଶକ୍ତି ଟିଭି ର ପ୍ରଥମ ରାଜ୍ୟସ୍ତରୀୟ ସ୍ଵନକ୍ଷେତ୍ର ଉତ୍ସବ ବହୁ ଧୂମଧାମ ରେ ଅନୁଷ୍ଠିତ ହୋଇଯାଇଛି | ଏହି ଉତ୍ସବ ଟିକଓ ଶକ୍ତି ଟିଭି ର ମୁଖ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ସେଠୀ ଏବଂ ପୂର୍ବତନ ଭବାନୀପାଟଣା ବିଧାୟକ ଦୁଷ୍ମନ୍ତ ନାଏକ ଫିତାକାଟି ,କଳାହାଣ୍ଡିର ଇଷ୍ଟଦେବୀ ମାଆ ମାଣିକେଶ୍ବରୀ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବି ଉଦ୍ଘାଟନ କରିଥିଲେ |

ଏହି କାର୍ଯ୍ୟକ୍ରମରେ ଢେ଼ଙ୍କାନାଳ  ଅତିରିକ୍ତ ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ଦାସ ସଭାପତିତ୍ୱ କରିବା ସହିତ  ମଞ୍ଚ ପରିଚାଳନା କରିଥିଲେ | ସମ୍ମାନିତ ଅତିଥି ଭାବେ ଅନୁଗୁଳ ଜିଲ୍ଲାର ଯୁବ ସମାଜସେବୀ ବିଭୁତି ସାହୁ ,ଭବାନୀପାଟଣା ଏନ ଏ ସି ଚିତ୍ତରଞ୍ଜନ ମଣ୍ଡଳ ,ଜିସେବକ କେନ୍ଦ୍ର କାଣ୍ଡସର ର ମୁଖ୍ୟବାବା ଉଦୟନାଥ ଦାସ ମହାରାଜ , ଗାୟତ୍ରୀ ସମାଜର ର ମୁଖ୍ୟ ତଥା ସମାଜସେବୀ ପ୍ରଦୀପ କୁମାର ରଣା , ଯୁବ ସମାଜସେବୀ ସମୀର ଚାନ୍ଦ , କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରାମ କୁମାର ସେନାପତି ଏବଂ ଅତିରିକ୍ତ ଜିଲ୍ଲା ପ୍ରତିନିଧି କ୍ଷୀରୋଦ କୁମାର ମଙ୍ଗରାଜ ଯୋଗ ଦେଇ ଶକ୍ତି ଟିଭି ଏକ ବର୍ଷ ମଧ୍ୟରେ ଯେଉଁପରି ଭାବେ ସାଧାରଣ ଜନତାର ସ୍ୱର କୁ ସରକାରଙ୍କ ନିକଟରେ ପହଞ୍ଚାଇବା ଯେଉଁ ପ୍ରଚେଷ୍ଟା ଜାରିରଖିଛି ସେଥିପାଇଁ ସମସ୍ତ ଅତିଥି ବୃନ୍ଦ ସାଧୁବାଦ ଜଣାଇବା ସହିତ ଶକ୍ତି ଟିଭିର ଉତ୍ତରତ୍ତର ଉର୍ନ୍ନତି କାମନା କରିଥିଲେ |

ଖୁବ ଶୀଘ୍ର ୨୦୨୨ରେ ଶକ୍ତି ଟିଭି ସାଟେଲାଇଟ ରେ ପରିଣତ ହେଇପାରିବ ଯଦି ସମସ୍ତ ସାମ୍ବାଦିକ ମାନେ ନିଜନିଜ ଅଂଚଳରେ ଯଦି ମାନ ବୃଦ୍ଧି କରିବାରେ ସାହାୟ ହେବେ ବୋଲି ମୁଖ୍ୟ ସମ୍ପାଦକ ଶ୍ରୀ ସେଠୀ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ | ସଭାପତି ଶ୍ରୀ ଦାସ ଶକ୍ତି ଟିଭିର ରାଜ୍ୟରୁ ସମସ୍ତ ଜିଲ୍ଲା ରୁ ଆସିଥିବା ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ର ବହୁ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନିତ କରାଯିବା ସହ ସାମ୍ବାଦିକ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଶକ୍ତି ଟିଭିର ଢେଙ୍କାନାଳ ଜିଲ୍ଲା ସହ ପ୍ରତିନିଧି ପ୍ରଦୀପ କୁମାର ଦାସ ଙ୍କୁ  ୨୦୨୧-୨୨ବର୍ଷ ର ବେଷ୍ଟ ପି .ଟି .ସି ରିପୋର୍ଟର ଏବଂ ଜିଲ୍ଲା ପ୍ରତିନିଧି ଅଜୟ ଭଞ୍ଜ ଙ୍କୁ ବେଷ୍ଟ ରିପୋର୍ଟର ଭାବେ, କଟକ ଜିଲ୍ଲା ମାହାଙ୍ଗା ବ୍ଲକ ରିପୋର୍ଟର ଙ୍କୁ ବେଷ୍ଟ ବ୍ଲକ ରିପୋର୍ଟର ଭାବେ ସାଟିଫିକେଟ ପ୍ରଦାନ କରିଥିଲେ |

ଶେଷରେ ଢେଙ୍କାନାଳ ବ୍ୟୁରୋ ସୁବ୍ରତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏକ ଅନୁନ୍ନତ ଦାଦନ ପ୍ରବଣ ଜିଲ୍ଲାରେ ଶକ୍ତି ଟିଭି ର ବାର୍ଷିକ ଉତ୍ସବ ସଫଳତା ର ସହ ଅନୁଷ୍ଠିତ କରିଥିବା ଯୋଗୁଁ ମୁଖ୍ୟ ସଂପାଦକ ଶ୍ରୀ କୃଷ୍ଣ ଚନ୍ଦ୍ର ସେଠୀ କଳାହାଣ୍ଡି ଜିଲ୍ଲା ର ସମସ୍ତ ସାମ୍ବାଦିକ ବନ୍ଧୁ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

Comments (0)
Add Comment