ଆମ୍ ଆଦମୀ ପାର୍ଟି ର ବୈଠକ

ଜ଼ିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ଲଢlଯିବ ବୋଲି ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ଘୋଷଣା

ଢେଙ୍କାନାଳ: ଆମ୍ ଆଦମୀ ପାର୍ଟି ଢେଙ୍କାନାଳ ସଦର ବ୍ଲକ କର୍ମୀ ମାନଙ୍କର ଏକ ବୈଠକ ଦଳ କାର୍ଯ୍ୟାଳୟ କଚେରୀ ରୋଡ଼ ଠାରେ ଜିଲ୍ଲା ଆବାହକ ପଙ୍କଜ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ବିଭିନ୍ନ ପଞ୍ଚାୟତର କର୍ମୀ ମାନଙ୍କ ମଧ୍ୟରୁ ଏକ ବ୍ଲକ କାର୍ଯ୍ୟ କାରିଣୀ ଚୟନ କରାଯାଇ ସେମାନଙ୍କ ମଧ୍ୟରୁ ବିଷ୍ଣୁ ପ୍ରସାଦ ପଣ୍ଡାଙ୍କୁ ବ୍ଲକ ସଭାପତି, ଅନିଲ ସାମଲଙ୍କୁ ଉପସଭାପତି, ବାସନ୍ତୀ ସ୍ୱାଇଁଙ୍କୁ ବ୍ଲକ ମହିଳା ସଭାପତି, ସୁକାନ୍ତି ସାହୁଙ୍କୁ ମହିଳା ଉପସଭାପତି, ଲିଙ୍ଗରାଜ ସାହୁଙ୍କଙ୍କୁ ସମ୍ପାଦକ, ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଜିଲ୍ଲା ଛାତ୍ର ନେତା ଏବଂ ଦୁଇଟି ଜ଼ିଲ୍ଲା ପରିଷଦ ଜୋନର ସଭାପତି ଚୟନ କରାଯାଇଥିଲା l

ସଦର ବ୍ଲକର ସମସ୍ତ ଜ଼ିଲ୍ଲା ପରିଷଦ ପଦବୀ ପାଇଁ ନିର୍ବାଚନ ଲଢlଯିବ ବୋଲି ଜିଲ୍ଲା ଆବାହକ ଶ୍ରୀ ନାୟକ ଘୋଷଣା କରିଥିଲେ l ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ କିଛି ଯୁବକ ଦଳର ସଦସ୍ୟତା ଗ୍ରହଣ କରିଥିଲେ l ଉକ୍ତ ସଭାରେ ବାବୁଲା ଖିଲାର, ଡମ୍ଭରୁଧର ନାଏକ, ବିନୟ ସାହୁ, ବ୍ରଜବନ୍ଧୁ ସାହୁ, ସଦାନନ୍ଦ ଦାସ, ନିତ୍ୟାନନ୍ଦ ଦାସ, ରମେଶ ଦେହୁରୀ, ଗଗନ ବିହାରୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ l ଶେଷରେ ପୌରାଞ୍ଚଳର ମହିଳା ସଭାପତି ତୃପ୍ତିମୟୀ ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ l

Comments (0)
Add Comment