ପ୍ରେମ୍ ଶଙ୍କର ଜିଲ୍ଲା କଂଗ୍ରେସ୍ ମୁଖପାତ୍ର ନିଯୁକ୍ତ

ଢେଙ୍କାନାଳ : ଜିଲ୍ଲା କଂଗ୍ରେସ କମିଟି ସଭାପତି ସରୋଜ କୁମାର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ ପ୍ରଦେଶ କଂଗ୍ରେସ୍ କମିଟିର ଅନୁମୋଦନ କ୍ରମେ ପ୍ରେମ୍ ଶଙ୍କର ମିଶ୍ରଙ୍କୁ ଜିଲ୍ଲା ମୁଖପାତ୍ର ଭାବେ ନିଯୁକ୍ତି କରାଯାଇଛି । ଆଗାମୀ ଦିନରେ ସମସ୍ତ ଛପା ଓ ବୈଦ୍ୟୁତିକ ଗଣମାଧ୍ୟମମାନଙ୍କର ସହଯୋଗ ନେଇ ସେ କଂଗ୍ରେସ୍ ଦଳ କାର୍ଯ୍ୟକ୍ରମକୁ ଜିଲ୍ଲାର ସମସ୍ତ ଅଂଚଳରେ ପହଁଚାଇବା ପାଇଁ ଆଶା ଓ ବିଶ୍ୱାସ ରଖିଛନ୍ତି । ସେଥିପାଇଁ ସେ ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ, ଅଧ୍ୟକ୍ଷ ରାଜ୍ୟ ମୁଖ୍ୟପାତ୍ର ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରଦେଶ କଂଗ୍ରେସ୍ କମିଟି ସଂପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment