ନୋଟାରୀ ଶିବପ୍ରସାଦଙ୍କ ବିୟୋଗରେ ଓକିଲ ସଂଘର ଶୋକ

କାମାକ୍ଷାନଗର: କାମାକ୍ଷାନଗର ଓକିଲସଂଘ ସଦସ୍ୟ ତଥା କାଳିଆପାଣିର ନୋଟାରୀ ଆଇନଜୀବୀ ଶିବ ପ୍ରସାଦ ରଣାଙ୍କ ପରଲୋକ ଘଟିଛି । ଏହି ଅବସରରେ ସଂଘ ସଭାପତି ଧର୍ମାନନ୍ଦ ମଲ୍ଲିକ ଓ ସଂପାଦକ ସୂର୍ଯ୍ୟକାନ୍ତ ବିଶ୍ୱାଳଙ୍କ ଆହ୍ୱାନକ୍ରମେ ସଂଘର ସମସ୍ତ ସଦସ୍ୟମାନଙ୍କୁ ନେଇ ସଂଘ କାର୍ଯ୍ୟାଳୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଥିଲା ।

ସ୍ୱର୍ଗତ ରଣା ଉଚ୍ଚ ରକ୍ତଚାପରେ ପିଡିତ ଥିବାବେଳେ ଚିକିତ୍ସିତ ହେଉଥିଲେ । ତାଙ୍କ ଘର ଭୁବନ ଅଂଚଳର ଓଡ଼ିଶ ଗ୍ରାମରେ ବୋଲି ଜଣାପଡିଛି । ସେ ଜଣେ ମେଳାପି, ପରୋପକାରୀ, ମିଷ୍ଟଭାସୀ ବ୍ୟକ୍ତି ଥିଲେ ବୋଲି ଶୋକସଭାରେ ମତପ୍ରକାଶ ପାଇଥିଲା । ଶିବପ୍ରସାଦଙ୍କ ବିୟୋଗରେ ଓକିଲ ସଂଘ କାର୍ଯ୍ୟାଳୟରେ ଶୋକର ଛାୟା ଖେଳିଯାଇଛି ।

Comments (0)
Add Comment