ଦୀଘା ସମୁଦ୍ର କୂଳରେ ମଠକରଗୋଳା ସ୍କାଉଟ, ଗାଇଡ ବିଦ୍ୟାର୍ଥୀଙ୍କ ସଫେଇ

୪ଶହରୁ ଅଧିକ ରୋବର ଏବଂ ରେଞ୍ଜରଙ୍କ ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଲିଡରମାନେ ସାମିଲ୍

ଭୁବନ : ଓଡିଶା ରାଜ୍ୟ ସ୍କାଉଟ ଗାଇଡ ତରଫରୁ କୋଷ୍ଟାଲ ଟ୍ରାକିଙ୍ଗି କାର୍ଯ୍ୟକ୍ରମ ଯୋଜନାରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମଠକରଗୋଳା ମହବିଦ୍ୟାଳୟର ସ୍କାଉଟ ଗାଇଡ ବିଦ୍ୟାର୍ଥୀ ମାନେ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସ୍କାଉଟ ଗାଇଡ ସଂପାଦକ ଚନ୍ଦନ ଦାସ, ସହସଂଗଠକ ସ୍କାଉଟ କମିଶନର ଅନିଲ କୁମାର ମହାନ୍ତି, ରାଜ୍ୟ କାର୍ଯ୍ୟନିର୍ବାହୀ ପ୍ରଶିକ୍ଷକ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ ।

ଓଡିଶାର ୪ଶହରୁ ଅଧିକ ରୋବର ଏବଂ ରେଞ୍ଜରଙ୍କ ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଲିଡରମାନେ ସାମିଲ୍ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମଠକରଗୋଳା ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟର ରୋବର ମାନେ ଲିଡର ଲଳିତ କୁମାର ବେହେରାଙ୍କ ନେତୃତ୍ୱରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେମାନେ ହେଲେ ସୈାମ୍ୟରଂଜନ ସାହୁ, କିଶୋର ବେହେରା, ରଞ୍ଜିତ ମହାନ୍ତି, ଆଶୁତୋଷ ସାହୁ, ବିକାଶ କମାର ପ୍ରମୁଖ ଯୋଗଦେଇ ସମୁଦ୍ର କୂଳରେ ପଡିଥିବା ପ୍ଲାଷ୍ଟିକ ଜାତୀୟ ପଦାର୍ଥ ସଫା କରିବା ସହ ଚନ୍ଦନେଶ୍ୱର ମନ୍ଦିର ପୋଖରୀ, ସମୁଦ୍ର କୁଳରେ ବାସ କରୁଥିବା ଜନସାଧାରଣଙ୍କୁ କରୋନା, ଡେଙ୍ଗୁ, ଅଂଶୁଘାତ ଜନିତ ସମସ୍ୟାରୁ ମୁକୁଳିବା ପାଇଁ ପ୍ରଚାରପତ୍ର ବଂଟନ କରାଯାଇଥିଲା ।

ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଦେଶାତ୍ମବୋଧକ ଗୀତ ଏବଂ ରାସ୍ତା ନିରାପତାର ସଚେତନତା ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିବା ସହ ଅଧିକାରୀ ଏବଂ ଅତିଥିମାନଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇ ରୋବର ମାନଙ୍କୁ ସମ୍ମାନିତ କରାଯାଇଥିଲା ।

Comments (0)
Add Comment