ଟଳିଲା ଜୱାଦ ଭୟ

ବର୍ଷା ଭୟ ରେ ଧାନ ଅମଳ ପାଇଁ ଫୁରସତ୍ ନାହିଁ,ଆଶଙ୍କାରେ ଚାଷୀ

 ଢେଙ୍କାନାଳ : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବାତ୍ୟା ଆଶଙ୍କା ଟଳିଛି । ପୁରୀ ଠାରେ ଲ୍ୟାଣ୍ଡ ଫଲ କରି ବାତ୍ୟ ପଶ୍ଚିମବଙ୍ଗ ଅଭିମୁଖେ ଗତି କରିବା , ତେବେ ବାତ୍ୟାର ତିବ୍ରତା ସେତେଟା ରହିବ ନାହିଁ । ତଥାପି ବର୍ଷା ହେବା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ ଚାଷୀଙ୍କୁ ଚିନ୍ତାରେ ପକାଇଛି । ବତ୍ୟା ସ୍ୱରୂପ କଣ ରହୁଛି ନରହୁଛି ତାହା ଯେତିକି ଗୁରୁତ୍ୱ ନୁହେଁ ବର୍ଷା ନିଶ୍ଚିତ ଭାବେ ହେବ ତାହା ଚାଷୀ ମାନଙ୍କ ପାଇଁ ବଡ ବିପଦ କୁ ଆମନ୍ତ୍ରଣ କରିଛି । ବର୍ଷା ରେ ଧାନ ବିଲ ବୁଡି ନଷ୍ଟ ହେବାର ଭୟ ଚାଷୀ ସମାଜକୁ ଅଧିକ ଚିନ୍ତାରେ ପକାଇଛି । ଚାଷୀ ମାନେ ବିଲରୁ ଧାନ କାଟିବା ଯେତିକି ଲାଗିପଡିଛନ୍ତି, ଖଳାରେ ଥିବା ଧାନକୁ ବେଙ୍ଗେଳା କରି ଘର କୁ ଆଣିବା ପାଇଁ ସେତିକି ବ୍ୟଗ୍ର ହୋଇ ପଡିଛନ୍ତି । ମାଡି ଆସୁଥିବା ସାମୁଦ୍ରିକ ବାତ୍ୟା ଜୱାଦ ଭୟ ରେ ଢେଙ୍କାନାଳ ଜିଲାର ଚାଷୀ ଧାନ ଅମଳ ପାଇଁ ଲାଗିପଡିଛନ୍ତି । ଯେତିକି ପାରୁଛନ୍ତି ସେତିକି ଧାନ ଘରକୁ ଆଣିବା ପାଇଁ ଚାଷୀ କୁ ଏବେ ଫୁରସତ୍ ନାହିଁ । ଢେଙ୍କାନାଳ ଜିଲାରେ ଏବେ ଧାନ କଟାକଟି କାମ ଖୁବ ଜୋରସୋର ଚାଲିଛି । ପାଖିପାଖି ୫୦ ଭାଗ ଧାନ କଟା ସରିଥିବା ବେଳେ ବାକି ଧାନ ବିଲରେ ରହିଛି । ଯେଉଁ ଧାନ ଗୁଡିକ କଟାଯାଇଛି ତାହା ବେଙ୍ଗେଳା ହୋଇ ପାରି ନାହିଁ । ଚାଷୀ କଟାଯାଇଥିବା ଧାନକୁ ବେଙ୍ଗଳା କରି ଘରକୁ ନେବା ସହିତ ବିଲରୁ କାଟିବା ପାଇଁ ଧନ୍ଦିପାନ୍ଦି ହେଉଛନ୍ତି । କେଉଁଟା ଆଗ କରିବେ କେଉଁଟା ପଛେ କରିବେ ଦ୍ୱନ୍ଦରେ ପଡୁଛନ୍ତି ବୋଲି ଭାଟ୍ଟକାଟେଣୀ ଗାଁର ଚାଷୀ ଭାଗ୍ୟଧର ପରିଡା ପ୍ରକାଶ କରିଛନ୍ତି ।

Comments (0)
Add Comment