ଭାରତର ସମସ୍ତ ୱିକେଟ ହାସଲ କରି ଏଜାଜ ପଟେଲଙ୍କ ରେକର୍ଡ

ଗୋଟିଏ ଇନିଂସରେ ପୋଛିନେଲେ ୧୦କୁ ୧୦

ମୁମ୍ବାଇ:  ମୁମ୍ବାଇରେ ଖେଳାଯାଉଥିବା ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଭାରତ ବିପକ୍ଷରେ ୧୦ରୁ ୧୦ଟି ୱିକେଟ ହାସଲ କରି ନିଜ ପାଇଁ ରେକର୍ଡ ସୃଷ୍ଟି କରିଛନ୍ତି ନୂଆ ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ନ୍ୟୁଜିଲାଣ୍ଡ ବୋଲର ଏଜାଜ ପଟେଲ  । ମୁମ୍ବାଇ ଟେଷ୍ଟରେ  ପ୍ରଥମ ପାଳିରେ ଟିମ୍ ଇଣ୍ଡିଆର ସବୁ ଖେଳାଳିଙ୍କୁ ପ୍ୟାଭିଲିୟନ ପଠାଇ ବିରଳ ଉପଲବ୍ଧି ହାସଲ କରିଛନ୍ତି ସ୍ପିନର ଏଜାଜ୍। ଆଉ ଏଥି ସହ ଭାରତୀୟ ସ୍ପିନର ଅନୀଲ କୁମ୍ବେଲଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି ସେ ।

Comments (0)
Add Comment