ଖାଲ ପାଣିରେ ପଡ଼ି ବାଳକ ମୃତ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକ୍ ନଡ଼ିଆଳୀ ପଞ୍ଚାୟତ ଅନ୍ତର୍ଗତ ରେଗେଡ଼ା ଗ୍ରାମରେ ଖାଲ ପାଣିରେ ପଡ଼ି ଜଣେ ୮ ବର୍ଷୀୟ ବାଳକର ମୃତ୍ୟୁ ଘଟିଛି। ମୃତକ ହେଲେ ଗ୍ରାମର ସୁଶାନ୍ତ ଦେହୁରୀଙ୍କ ପୁଅ ଆଦିତ୍ୟ ଦେହୁରୀ (୮)।

ସୂଚନା ଅନୁଯାୟୀ, ଆଦିତ୍ୟ ଗ୍ରାମ ନିକଟସ୍ଥ ବିଲକୁ ଯାଇଥିବାବେଳେ କୌଣସି କାରଣରୁ ବିଲ ମଝିରେ ଥିବା ଏକ ଖାଲର ପାଣିରେ ଖସି ପଡ଼ିଥିଲେ। ପାଣିରେ ବୁଡ଼ିଯାଇ ସେ ଅଣନିଃଶ୍ୱାସୀ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ଆଦିତ୍ୟଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଗୋବିନ୍ଦପୁର ଫାଣ୍ଡି ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି। ଏନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବାଳକର ଅକାଳ ମୃତ୍ୟୁରେ ରେଗେଡ଼ା ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments (0)
Add Comment