ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ପୁଣ୍ୟତିଥି ଅବସରରେ ସମାଜ ପକ୍ଷରୁ ରକ୍ତଦାନ ଶିବିର

 ଢେଙ୍କାନାଳ: ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ, ମହାନ ଦେଶଭକ୍ତ, ସେବକ ଶିରୋମଣି ଦୈନିକ ସମାଜ ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ତମ ପୁଣ୍ୟତିଥି ଅବସରରେ ରାଜ୍ୟ ର ପ୍ରମୁଖ ଦୈନିକ ଖବରକାଗଜ ‘ସମାଜ’ ପକ୍ଷରୁ ମହିମା ମହାବିଦ୍ୟାଳୟ, ଯୋରନ୍ଦା ପରିସରରେ ଆଜି ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି।

 

ଏହି ଶିବିରରେ ସମୁଦାୟ ୩୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ମହିମା ଗାଦି ସ୍ଥିତ କୈ।ପିନଧାରୀ ମହିମା ସମାଜର ସଭାପତି ଶ୍ରୀମଦ ଅବିନାଶୀ ବାବା ପ୍ରଦୀପ ପ୍ରଜ୍ବଳନ ଓ ମହିମା ଅଲେଖ ଧ୍ୱନି ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ । ମହିମା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରହ୍ଲାଦ ସ୍ୱାଇଁ, ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଜିତେନ୍ଦ୍ରିୟ ଶତପଥୀ, ଜୁନିୟର ରେଡ଼କ୍ରସ କାର୍ଯ୍ୟକ୍ରମ ଅଧିକାରୀ ରଞ୍ଜନ କୁମାର ମହାପାତ୍ର , ଅଧ୍ୟାପକ ଆଇ ଶିବ ଶଙ୍କର ଏବଂ ଜାତୀୟ ସେବା ଯୋଜନା କାର୍ଯ୍ୟକ୍ରମ ଅଧିକାରୀ  ଗୀତାଞ୍ଜଳି ମହାରଣା ଉଦ୍ଘାଟନୀ ଉତ୍ସବ ରେ ଉପସ୍ଥିତ ଥିଲେ। ଢେଙ୍କାନାଳ ରକ୍ତଭଣ୍ଡାରର କର୍ମଚାରୀ ପରମାନନ୍ଦ ପଣ୍ଡା,ସୌମ୍ୟ ରଞ୍ଜନ ମହାନ୍ତି,ଅଜୟ ସ୍ବାଇଁ,ବରୁଣ ସାହୁ,ତପନ ଜେନା ପ୍ରମୁଖ ରକ୍ତ ସଂଗ୍ରହ କାର୍ଯ୍ୟ ପରିଚାଳନା କରିଥିଲେ। ।

  ସମାଜ ଜିଲ୍ଲା ପ୍ରତିନିଧି ଶିଶିର ଶତପଥୀ ଏବଂ ଢେଙ୍କାନାଳ ପ୍ରତିନିଧି ପ୍ରଶାନ୍ତ କୁମାର ତ୍ରିପାଠୀ ଗଁଦିଆ ପ୍ରତିନିଧି ପୂର୍ଣ୍ଣ ଚନ୍ଦ୍ର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାମିନା ଦାସ, ଜ୍ଞାନ ରଞ୍ଜନ ମହାରଣା, ଶିଶିର ଶତପଥୀ,ପାୟଲ ପ୍ରିୟଦର୍ଶିନୀ ପରିଡା,ଅବିନାଶ ଵେହେରା,ଦେବୀ ପ୍ରସାଦ ସାମଲ,ଅଶ୍ବନୀ କୁମାର ବାରିକ,କାମାକ୍ଷା ବେହେରା, ଆକାଶ ଦାସ,ଦୀପକ ଶତପଥୀ, ତ୍ରିଲୋଚନ ପ୍ରଧାନ, ସୂର୍ଯ୍ୟ ସୈ।ରଭ ନାୟକ ସ୍ଵସ୍ତିକ ସାମଲ, ଶଶିକାନ୍ତ ସାହୁ,ଦୀପକ ରଞ୍ଜନ ମିଶ୍ର,ଦୀପକ ରଞ୍ଜନ ନାୟକ, ଶୁଭକାନ୍ତ ନାୟକ, ପୂର୍ଣଚନ୍ଦ୍ର ସାହୁ, ଗୀତାଞ୍ଜଳି ମହାରଣା,ଆଇ ଶିବ ଶଙ୍କର, ରଞ୍ଜନ କୁମାର ମହାପାତ୍ର, ପ୍ରମୁଖ ସ୍ବେଛାକୃତ ରକ୍ତଦାନ କରିଥିଲେ ।

Comments (0)
Add Comment