ଯୋରନ୍ଦା,୧।୧୨: ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କ୍ରୃଷ୍ଣଚନ୍ଦ୍ର ପାତ୍ରଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମରେ ମହିମାଗାଦି ବ୍ଲକ କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନେ ଭେଟି ନୂତନ ମହିମାଗାଦି ବ୍ଲକ ଗଠନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ।
ଢେଙ୍କାନାଳ ସଦର ବ୍ଲକ ଓ ଗଁଦିଆ ବ୍ଳକର ମୂଖ୍ୟାଳୟ ଠାରୁ ଦୂରରେ ଥିବା ୧୬ ଟି ଗ୍ରାମ ପଞ୍ଚାୟତକୁ ଏକତ୍ର କରି ବିଶ୍ୱପ୍ରସିଦ୍ଧ ଧର୍ମ ପୀଠ ମହିମାଗାଦି ଯୋରନ୍ଦା ଠାରେ ନୂତନ ବ୍ଲକ ଗଠନ କରିବା ପାଇଁ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ରଙ୍କୁ ନିବେଦନ କରିଥିଲେ।