ବିଶ୍ୱହିନ୍ଦୁ ପରିଷଦର ୧୦ ଦିନିଆ ପ୍ରଶିକ୍ଷଣ ଅନୁଷ୍ଠିତ

ମହିମା ଗାଦିର ବିକାଶ ପାଇଁ ସରକାର ପ୍ରତିଶ୍ରୁତି ବଦ୍ଧ:ସଂସାଦ ରୁଦ୍ର

ଢେଙ୍କାନାଳ (ପୂର୍ଣଚନ୍ଦ୍ର ସାହୁ): ଓଡିଶା ର 30 ଟି ଜିଲା ର ବିଶ୍ୱହିନ୍ଦୁ ପରିଷଦର ୧୦ ଦିନିଆ ପ୍ରଶିକ୍ଷଣ ଶିବିର ଭାଗବାନ ପୁର୍ ସରସ୍ଵତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ନବମ ଦିନରେ ପ୍ରଶିକ୍ଷଣର ଭାଗ ନେଇଥିବା ତାଧିକ କାର୍ଯ୍ୟକର୍ତ୍ତା ବାବା ଚନ୍ଦ୍ର ଶେଖର ଙ୍କ ଦର୍ଶନ ମହିମା ଧର୍ମ ର ଆଦିପୀଠକୁ ବୁଲି ଦେଖିଥିଲେ ।

ସନ୍ଧ୍ୟା ଅଧିବେଶନ ରେ ଢେଙ୍କାନାଳ ସଂସାଦ ରୁଦ୍ର ନାରାୟଣ ପାଣି, ସଂଗଠନ ମନ୍ତ୍ରୀ ଶରତ ପ୍ରଧାନ , ସମାଜସେବୀ ରାମଚନ୍ଦ୍ର ପାତ୍ର ଜଗବନ୍ଧୁ ପୃଷ୍ଟି ଯୋଗ ଦେଇଥିଲେ। ଏହି ଅବସରରେ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମହିମା ଗାଦିର ଶୂନ୍ୟ ବ୍ରହ୍ମଙ୍କ ଉପାସନା ପୀଠ ପାଇଁ ଓ ସାମଗ୍ରିକ ପର୍ଯ୍ୟଟନ କ୍ଷେତ୍ରର ମୌଳିକ ବିକାଶ ପାଇଁ ରାଜ୍ୟସରକାରଙ୍କ କ୍ୟାବିନେଟ୍ ବୈଠକରେ ୧୭୧ କୋଟା ୧୧ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯିବା ସହିତ ୩୬ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବା ପାଇଁ ସମୟ ଧାର୍ଯ୍ୟ କରାଯାଇଛି ।

ଏଥ୍‌ନେଇ ଓଡ଼ିଶା ରାଜ୍ୟ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଖାଦ୍ୟ ଯୋଗାଣ ମନ୍ତ୍ରୀ ତଥା ସ୍ଥାନୀୟ ସଦର ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର ତଥା ସର୍ବୋପରି ପ୍ରଥମ ପ୍ରୟାସ ମହିମା ଗାଦିର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଢେଙ୍କାନାଳ ସଂସାଦ ରୁଦ୍ର ନାରାୟଣ ପାଣି କୃତଜ୍ଞତା ଜଣାଇଛନ୍ତି ।

ପ୍ରଶିକ୍ଷଣ ବ୍ୟବସ୍ଥା ପ୍ରମୂଖ ଧୀରେନ୍ ପୃଷ୍ଟି, ଭଣ୍ଡାର ପ୍ରମୂଖ ମଳୟ କୁମାର ତ୍ରିପାଠୀ, ପ୍ରାନ୍ତ ସଂପାଦକ ମହେଶ ସାହୁ ସହ ସଂପାଦକ ଉମାକାନ୍ତ ଆଚାର୍ଯ୍ଯ ,ଶାନ୍ତନୁ ସ୍ଵାଇଁ ସକ୍ରିୟ ସଦସ୍ୟ ସତ୍ୟ ନାରାୟଣ ଥାନପତି , ଜିଲା ସଭାପତି ଅଂଜନ ହୋତା ସଂପାଦକ ଉମେଶ ରାଉତବଜରଙ୍ଗ ଦଳ ସଂଯୋଜକ ଅମୂଲ୍ୟ ମଲ୍ଲିକ ସକ୍ରିୟ ସହଯୋଗ କରିଥିଲେ।

Comments (0)
Add Comment