ରସି ଲଗାଇ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ:ପ୍ରେମିକ ମୃତ ପ୍ରେମିକା ଗୁରୁତର

ପ୍ରେମ ପାଇଁ ଗଲା ପ୍ରେମିକର ଜୀବନ, ଗୁରୁତର ପ୍ରେମିକା ଡାକ୍ତରଖାନାରେ ଭର୍ତ୍ତି
ଢେଙ୍କାନାଳ ସଦର:ପ୍ରେମ କୁ ନେଇ ଢେଙ୍କାନାଳରେ ଘଟିଛି ଅଭାବନୀୟ ଘଟଣା । ବେକରେ ରସି ଲଗାଇ ଗଛ ରେ ଝୁଲି ପଡିଲେ ପ୍ରେମୀ ଯୁଗଳ ।

ତେବେ ପ୍ରେମିକର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକା ଜଣଙ୍କ ଗୁରୁତର ହୋଇଛନ୍ତି। ଗ୍ରୁରୁତର ପ୍ରେମିକା ଢେଙ୍କାନାଲ ମୁଖ୍ୟ ଡାକ୍ତର ଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇ ଥିବା ଜଣାପଡିଛି। ଏପରି ସ୍ପର୍ଶକାତର ଘଟଣା ଢେଙ୍କାନାଲ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଂଚଳରେ ଘଟିଛି। ଗୋବିନ୍ଦପୁର ଫାଣ୍ଡି ଠାରୁ କିଛି ଦୂର ଗୋବିନ୍ଦପୁର ନୂଆ ସାହି ଆମ୍ଭ ତୋଟାରେ ଝୁଲନ୍ତା ଅବସ୍ଥାରେ ପ୍ରେମିକର ମୃତଦେହ ଉଦ୍ଧାର କରିଛି ପୁଲିସ।

ମୃତ ପ୍ରେମିକ ଜଣକ ଗୋବିନ୍ଦ ପୁର ଗ୍ରାମର କାହ୍ନୁ ମହାପାତ୍ର । ଗୁରୁତର ପ୍ରେମିକା ସ୍ଥାନୀୟ ବଳଦିଆ ବନ୍ଧ ଗ୍ରାମର ବିଷ୍ଣୁପ୍ରିୟା ଦାସ ବୋଲି ଜଣାପଡିଛି। ବିଷ୍ଣୁପ୍ରିୟା ବଳଦିଆ ବନ୍ଧ ଅରବିନ୍ଦ ସ୍କୁଲରେ କାର୍ଯ୍ୟ କରନ୍ତି । ମୃତ ଯୁବକ ଜଣଙ୍କ ଗୋବିନ୍ଦପୁର ଅଂଚଳରେ ବ୍ୟବସାୟ କରନ୍ତି। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବାବେଳେ ଆଜି ପ୍ରାୟ ପ୍ରାତଃ ୩ ସମୟରେ ଉଭୟେ ଘରୁ ବାଇକ ଯୋଗେ ପଳାଇ ଆସିଥିଲେ। ମାତ୍ର ଭୋର ସମୟରେ ଉଭୟଙ୍କୁ ଏପରି ଅବସ୍ଥାରେ ଆମ୍ବ ତୋଟାରେ ଠାବ କରାଯାଇଥିଲା।

ଖବର ପାଇ ଗୋବନ୍ଦପୁର ଫାଣ୍ଡି ପୁଲିସ ପହଂଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଘରଣାସ୍ଥଳରୁ ଯୁବକର ବାଇକ ଜବତ କରିଛି ପୁଲିସ। ମାତ୍ର ମୃତ ଯୁବକର ବେକରେ ମୋଟା ରସି ଲାଗିଥିବାବେଳେ ଗୋଡ଼ ତଳେ ଲାଗିଥିବା ଓ ଗୁରୁତର ପ୍ରେମିକକୁ ତାର ଭାଇ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନାରେ ନେଇଥିବା ଜଣାପଡିଛି। ଫଳରେ ପାରି ପାର୍ଶିକ ସ୍ଥିତିକୁ ନେଇ ଆତ୍ମହତ୍ୟାକୁ ନେଇ ସନ୍ଦେହ କରିଛନ୍ତି ମୃତ ପ୍ରେମିକର ପରିବାର ।

ଯାହାକୁ ନେଇ ଏହି ଆତ୍ମହତ୍ୟା ସଦେହ ଘେରକୁ ଆସିଛି। ଏପରିକି ଯୁବକଙ୍କୁ ଯୋଜନା ବଦ୍ଧ ଭାବେ ହତ୍ୟା କରିଥିବା ପ୍ରେମିକା ର ପରିବାର ଉପରେ ସନ୍ଦେହ କରାଯାଉଥିବା ପ୍ରକାଶ କରିଛନ୍ତି।

Comments (0)
Add Comment