ଜିଲ୍ଲାସ୍ତରୀୟ ଗ୍ରାମ୍ୟ ସମ୍ବଳ କର୍ମୀମାନଙ୍କର ଜରୁରୀ ବୈଠକ

ଢେଙ୍କାନାଳ, ୮।୧୦ : ଅଦ୍ୟ ଦିବା ୧୦ଘଟିକା ସମୟରେ ଯାଉଁଳି ପୋଖରୀ ମଠ ଠାରେ ଜିଲ୍ଲା ସ୍ତରୀୟ ଗ୍ରାମ୍ୟ ସମ୍ବଳ କର୍ମୀ ମାନଙ୍କର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ସମ୍ବଳ କର୍ମୀ ସଂଘର ଉପଦେଷ୍ଟା ରବିନ୍ଦ୍ର ବେହେରା ଉପସ୍ଥିତ ଥିଲେ ।

ବୈଠକକୁ ଜିଲ୍ଲା ଗ୍ରାମ୍ୟ ସମ୍ବଳ କର୍ମୀ ସଂଘର ସଭାପତି ସୁଲୋଚନା ସାହୁ ସଭାପତିତ୍ୱ କରିଥିଲେ । ଏହି ବୈଠକରେ ଜିଲ୍ଲା ସ୍ତରୀୟ ଗ୍ରାମ୍ୟ ସମ୍ବଳ କର୍ମୀ ମାନଙ୍କର ସମସ୍ୟା ଉପରେ ଆଲୋଚନା କରାଯାଇ ଜିଲ୍ଲାର ସମସ୍ତ ଅଧିକାରୀ ବୃନ୍ଦଙ୍କୁ ଲିଖ ଅଭିଯୋଗ ଜଣାଇବା ପାଇଁ ନିଷ୍ପତି ନିଆଗଲା ।

ପୁନଶ୍ଚ ଜିଲ୍ଲା ସ୍ତରୀୟ ସଂଘକୁ ପଞ୍ଜିକରଣ ନିମନ୍ତେ ସର୍ବ ସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ଉପରୋକ୍ତ ପ୍ରସ୍ତାବଗୁଡିକ କାର୍ଯ୍ୟକାରୀ ପାଇଁ ଜିଲ୍ଲାର ସଭାପତି ସୁଲୋଚନା ସାହୁ ଓ ସଂପାଦିକା କୁମୁଦିନୀ ସାମଲଙ୍କୁ ଦାୟିତ୍ବ ଦିଆଯାଇଥିଲା । ଗ୍ରାମ୍ୟ ସମ୍ବଳ କର୍ମୀ ସଂଘର ସମସ୍ତ ସମସ୍ୟାଗୁଡିକୁ ସରକାରଙ୍କ ନିକଟରେ ଅବଗତ କରାଇବା ପାଇଁ ନିଷ୍ପତି ନିଆଯାଇଥିଲା । ପରିଶେଷରେ ସଦର ବ୍ଲକ୍ ଗ୍ରାମ୍ୟ ସମ୍ବଳ କର୍ମୀ ସଂଘର ସଭାନେତ୍ରୀ ସସ୍ମିତା ମହାନ୍ତି ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

Comments (0)
Add Comment