୨୦୦ ୟୁନିଟ ଦେୟମୁକ୍ତ ବିଜୁଳି ପାଇଁ ଦସ୍ତଖତ ସଂଗ୍ରହ ଅଭିଯାନ

ଢେ଼ଙ୍କାନାଳ : ଆମ ଆଦମୀ ପାର୍ଟି ଓଡ଼ିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନିଶିକାନ୍ତ ମହାପାତ୍ର ମହୋଦୟଙ୍କ ନେତୃତ୍ୱ ରେ ଜୁନ ୮ ତାରିଖରେ ଓଡିଶାର ପ୍ରତ୍ୟେକ ପରିବାର କୁ ୨୦୦ ୟୁନିଟ ବିଜୁଳି ଦେୟ ମୁକ୍ତ ଦେବାପାଇଁ ରାଜ୍ୟ ସରକାରଙ୍କୁ ଦେବାକୁ ଥିବା ଦାବି ପତ୍ର ଓ ଜନ ଆନ୍ଦୋଳନକୁ ସଫଳ କରିବା ପାଇଁ, ଢେ଼ଙ୍କାନାଳ ଜିଲ୍ଲା ହିନ୍ଦୋଳ ବିଧାନସଭା ମଣ୍ଡଳୀର କୁନୁଆ ପଂଚାୟତର ବେଲବାହଲି ଗ୍ରାମରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ପାଳଙ୍କ ଅଧ୍ୟକ୍ଷତାରେ ଦସ୍ତଖତ ସଂଗ୍ରହ ଅଭିଯାନ ସହିତ ଲୋକମାନଙ୍କୁ ଦିଲ୍ଲୀ ଓ ପଞ୍ଜାବରେ ଚାଲିଥିବା ଲୋକାଭିମୁଖୀ ଯୋଜନା ବିଷୟରେ ଆପର ସଦସ୍ୟମାନେ ଅବଗତ କରାଇଥିଲେ।

ଏଥିରେ ଅନୁପ୍ରାଣିତ ହୋଇ ପଞ୍ଚାୟତର ସୁବଳ ନାଏକ, ନନ୍ଦ ନାଏକ, ଜନକ ନାଏକ,ଗଗନ ନାଏକ, ସମ ନାଏକ, ବାବୁଲି ନାଏକ, ମହୁର ନାଏକ, ମିଟୁ ନାଏକ, ଟୁନି ନାଏକ, କୁଲୁ ନାଏକ, ବିକାଶ ନାଏକ, ବବିତା ନାଏକ, ସୀମା ନାଏକ, ରଞ୍ଜୁ ନାଏକ ଓ ପ୍ରତିମା ନାଏକ ଦଳରେ ଯୋଗଦେଇଥିଲେ ତଥା ଦଳର ଉର୍ଣ୍ଣତି ପାଇଁ କାର୍ଯ୍ୟ କରିବା ସଂକଳ୍ପ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳ ଆପର ସଙ୍ଗଠନ ସମ୍ପାଦକ ବିଧୁରଞ୍ଜନ ନାୟକ, ଜିଲ୍ଲା ମହିଳା ସମ୍ପାଦିକା ସଂଯୁକ୍ତା ମହାପାତ୍ର, ଜିଲ୍ଲା ସାମାଜିକ ଗଣ ମାଧ୍ୟମ ସଦସ୍ୟ ସୁମନ୍ତ ଗୋଛୟତ, ସଦସ୍ୟ ପ୍ରଶାନ୍ତ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

Comments (0)
Add Comment