କରୋନା ଯୋଦ୍ଧା ସାମ୍ବାଦିକ ସଂଗ୍ରାମଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକ

ସଂଗ୍ରାମଙ୍କ ସ୍ମୃତିରେ ୫ଜଣଙ୍କୁ ସମ୍ବର୍ଦ୍ଧନା

କୋଣାର୍କ: କୋଣାର୍କର କରୋନା ଯୋଦ୍ଧା ଦିବଂଗତ ସାମ୍ବାଦିକ ସଂଗ୍ରାମ କେଶରୀ ମହାପାତ୍ରଙ୍କର ତୃତୀୟ ଶ୍ରାଦ୍ଧବାର୍ଷିକୀ ସ୍ଥାନୀୟ ଅର୍କଶ୍ରୀ ଶିଳ୍ପୀ ବାଟିକା ପରିସରରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରତାପ ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ କୋଣାର୍କର ଏନ୍ଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ରୂପେ ଗୋପ କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଖଟୋଇ, କାକଟପୁର ପ୍ରେସ କ୍ଲବ ସଭାପତି କମଳଲୋଚନ ଦୀକ୍ଷିତ, ଅର୍କଶ୍ରୀ ସଂପାଦକ ଉମେଶ ସ୍ବାଇଁ, ଡାକ୍ତର ଵିଧୁଭୂଷଣ ନାୟକ, ସମାଜସେବୀ ହରିଶ୍ଚନ୍ଦ୍ର ଦାଶ, କୋଣାର୍କ ସାହିତ୍ୟ ସଂସଦ ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, ସମାଜସେବୀ ରାମକୃଷ୍ଣ ମହାନ୍ତି, ସାମ୍ବାଦିକ ସଂଜୟ ପତି ଓ ସମାଜସେବୀ ରବୀନ୍ଦ୍ର ପ୍ରଧାନ ଯୋଗଦେଇ ନିର୍ଭିକ ସାମ୍ବାଦିକ ସଂଗ୍ରାମଙ୍କର ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଡାକ୍ତର ଵିଧୁଭୂଷଣ ନାୟକ, ବରିଷ୍ଠ ସାମ୍ବାଦିକ ମହେଶ୍ୱର ସାମଲ, ପରିଵେଶପ୍ରେମୀ ସରୋଜ ଜେନା, ସମାଜସେବୀ ନିରଞ୍ଜନ ତ୍ରିପାଠୀ ଓ ସମାଜସେବୀ କୁନାଲ ପାତ୍ରଙ୍କୁ କରୋନା ଯୋଦ୍ଧା ସଂଗ୍ରାମକେଶରୀ ସ୍ମୃତି ସମ୍ମାନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ସାମ୍ବାଦିକ ତଥା ସମାଜସେବୀ ଦୁର୍ଗାପ୍ରସାଦ ମହାପାତ୍ର ମହାପାତ୍ରଙ୍କ ସଂଯୋଜନାରେ କୋଣାର୍କ ପରିବାରର ଯୁଵ ସ୍ୱେଚ୍ଛାସେବୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments (0)
Add Comment