ଅମଲାମାନଙ୍କର କଳାବ୍ୟାଜ ପରିଧାନ :ଦାବି ପୂରଣ ନ ହେଲେ ଜୁନ୍ ୧ ତାରିଖରୁ ସମୁହିକ ଛୁଟି

ଢେଙ୍କାନାଳ:  ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ, ଢେଙ୍କାନାଳ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ଗତ ୨୧ ତାରିଖ ସୁଦ୍ଧା ସରକାର ମିଳିତ ଅମଲା ମଂଚର ଦାବି ପୂରଣ କରିନଥିବାରୁ ଆଜି ଠାରୁ ରାଜର ତଥା ଢେଙ୍କାନାଲ ଜିଲ୍ଲାର ସମସ୍ତ ବିଭାଗ ଅଫିସ୍ର ସମସ୍ତ ଅମଲାମାନେ କଳାବ୍ୟାଜ ପରିଧାନ ପୂର୍ବକ ନିଜର ପ୍ରତିବାଦ ପ୍ରଦର୍ଶନ କରିଛନ୍ତି ।

ଜିଲ୍ଲା ସ୍ତରୀୟ ଅମଲାମାନଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପୁ୍ୟଟର ଜ୍ଞାନ ହୋଇଥିବା ବେଳେ ଅମଲାମାନଙ୍କୁ ମାଟ୍ରିକ୍ ହାରରେ ଦରମା ଦିଆଯାଉଥିବା ବେଳେ ଏହା ଅମଲାମାନଙ୍କର ସମ୍ମାନର ପ୍ରଶ୍ନ ହୋଇଛି । ଏହି ସରକାରଙ୍କ ସମୟରେ କେତେକ ବିଭିନ୍ନ ବର୍ଗର କର୍ମଚାରୀମାନଙ୍କର ଦରମା ବୃଦ୍ଧି ଫଳରେ ଅମଲାମାନଙ୍କ ଦରମାରେ ଗୁରୁତର ଅସଙ୍ଗତି ସୃଷ୍ଟି ହୋଇଛି ।

ସରକାରଙ୍କୁ ଗତ ୨୦୧୭ ମସିହା ଠାରୁ ବାରମ୍ବାର ଦୃଷ୍ଟି ଆକର୍ଷଣ ପୂର୍ବକ ଏହି ମାଟ୍ରିକ୍ ଦରମ ନେଇ ଜନସାଧାରଣଙ୍କୁ ସେବା ଯୋଗାଇ ଦେଇ ଆସୁଅଛୁ ଓ ସରକାରଙ୍କୁ ଅମଲାମାନଙ୍କର ମୂଳ ଦରମା ଶିକ୍ଷାଗତ ଆଧାରରେ ଲେବୁଲ୍ -୯/ଗ୍ରେଡ୍ ପେ ୪ହଜାର ୨ଶହ ଟଙ୍କା କରିବା ପାଇଁ ଯଥାର୍ଥ ଦାବି ବିଷୟରେ ଅବଗତ କରାଯାଇଛି ଓ ସରକାରଙ୍କର ଏହା ସକାରାତ୍ମକ ବିଚାରାଧିନ ଥିବା କହୁଥିବା ବେଳେ ଅଦ୍ୟାବଧି ବିଜ୍ଞପ୍ତି ଜାରି କରିବାରେ ଅହେତୁକ ବିଳମ୍ବ କରୁଥିବା କାରଣରୁ ରାଜ୍ୟ ମିଳିତ ମଂଚ ପକ୍ଷରୁ ସରକାରଙ୍କୁ ମଇ ମାସ ୧ ତାରିଖରେ ଚରଣ ପତ୍ର ପ୍ରଦାନ କରିବାକୁ ବାଧ୍ୟ ହୋଇଥିଲା ।

ଜନସାଧାରଣଙ୍କ ସେବାରେ ବ୍ୟାଘାତ ସୃଷ୍ଟି ନ କରିବା ପାଇଁ ମିଳିତ ଅମଲା ମଂଚ ଏହି ଚରଣ ପତ୍ର ମାଧ୍ୟମରେ ମଧ୍ୟ ସରକାରଙ୍କୁ ଦୀର୍ଘ ୨୧ ଦନ ସମୟ ଦିଆଯାଇଥିଲା, ବର୍ତମାନ ସରକାର ଏହି ୨୧ ଦିନ ମଧ୍ୟରେ ବିଜ୍ଞପ୍ତି ପ୍ରକାଶ କଲେ ନାହିଁ । ତେଣୁ ଅମଲାମାନେ ବାଧ୍ୟ ହୋଇ ଆଜି ଠାରୁ କଳାବ୍ୟାଜ ପରିଧାନ ପୂର୍ବକ ପ୍ରତିବାଦ ସହିତ ନିଜ ଅଫିସ୍ରେ ଜନସାଧାରଣଙ୍କୁ ସେବା ଯୋଗାଇଦେଉଛନ୍ତି ଏବଂ ଏହା ୩୧.୦୫.୨୦୨୩ରିଖ ପର୍ଯ୍ୟନ୍ତ ଜାରି ରଖିବେ । ତଥାପି ଯଦି ଏହି ଜନମଙ୍ଗଳକାରୀ ଗଣତାନ୍ତ୍ରିକ ସରକାର ୩୧.୦୫.୨୦୨୩ ସୁଦ୍ଧା ବିଜ୍ଞପ୍ତି ପ୍ରକାଶ ନକରନ୍ତି, ଆସନ୍ତା ଜୁନ୍ ମାସ ୧ ତାରିଖରୁ ଢେଙ୍କାନାଳ ଜିଲ୍ଲା ସମେତ ୩୦ ଗୋଟି ଜିଲ୍ଲାର ଅମଲାମାନେ ବାଧ୍ୟ ହୋଇ ସାମୁହିକ ଛୁଟିରେ ଯିବା ପାଇଁ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଂଚ ତରଫରୁ ନିଷ୍ପତି ନିଆଯାଇଅଛି ।

ଫଳରେ ରାଜ୍ୟର ସମସ୍ତ ବିଭାଗର ସମସ୍ତ ଅମଲାମାନେ ଅଫିସ୍ରେ ଅନୁପସ୍ଥିତ ରହିବେ ଓ ଜନସାଧାରଣଙ୍କ ସେବା କାର୍ଯ୍ୟରେ ଯେଉଁ ବ୍ୟାହତ ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ରାଜ୍ୟ ମିଳିତ ଅମଲା ମଂଚ ପକ୍ଷରୁ କୁହାଯାଇଛି । ମିଳିତ ଅମଲା ମଂଚର ଏକମାତ୍ର ଦାବି କନିଷ୍ଠ ସହାୟକମାନଙ୍କର ପ୍ରବେଶିକା ଯୋଗ୍ୟତା ହାରରେ ମୂଳ ଦରମା ଲେବୁଲ୍ -୯ ଓ ଗ୍ରେଡ୍ ପେ ୪ହଜାର ୨ଶହ ଟଙ୍କା ଯାହାକି ଅମଲାମାନଙ୍କର ନ୍ୟାର୍ଯ୍ୟ ଦାବି ପୂରଣ ପାଇଁ ସରକାରଙ୍କ ଠାରେ ଆଉଥରେ ଦାବି ଉପସ୍ଥାପନା କରୁଅଛୁ ।

Comments (0)
Add Comment