ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ୍କ୍ରସ ଦିବସ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ସଭାଗୃହରେ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ଆହ୍ୱାନ କ୍ରମେ ଜିଲ୍ଲା ସ୍ତରୀୟ ବିଶ୍ୱ ରେଡ୍କ୍ରସ ଦିବସ ମହାସମାରୋହରେ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜୁନିୟର ରେଡ୍କ୍ରସ୍ର ଉପସଭାପତି ସସ୍ମିତା ସାହୁ ଯୋଗଦେଇ ଜୀବନରେ ସେବା ମନୋବୃତି ରଖିପାରିଲେ ହିଁ ମାନବ ଜୀବନ ସାର୍ଥକ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଭାବେ ସଦର ବ୍ଲକ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଜେ.ଆର.ସି. ଓ ବ୍ରହ୍ମାନନ୍ଦ ରାଉତ ଯୋଗଦେଇ ଜୁନିୟର୍ସ ମାନଙ୍କୁ ରେଡ୍କ୍ରସ୍ର ପ୍ରତିଷ୍ଠାତା ଜିନ ହେନେରୀ ଡୁନାଂଟଙ୍କ ଜୀବନାଦର୍ଶନରେ ଅନୁପ୍ରାଣିତ ହୋଇ ଦୁଃଖୀରଙ୍କିଙ୍କର ସେବାରେ ନିଜ ଜୀବନକୁ ଉତ୍ସର୍ଗୀକୃତ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ୨୦୨୩ର ବିଶ୍ୱ ରେଡ୍କ୍ରସ ଦିବସର ବାର୍ତା ଥିଲା “ଏଭ୍ରିଥିଙ୍ଗ୍ ଉଇ ଡୁ କମ୍ସ ଫ୍ରମ୍ ଦି ହାର୍ଟ’ ଏହା ଜୁନିୟର୍ସମାନଙ୍କୁ ବାର୍ତା ମାଧ୍ୟମରେ ସୂଚନା ଦେଇଥିଲେ । ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ଜୁନିୟର ରେଡ୍କ୍ରସ୍ ସମ୍ପାଦକ ଜ୍ୟୋତି ପ୍ରସାଦ ପରିଡାଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ପରିଚାଳିତ ହୋଇଥିଲା ସମ୍ମାନିତ ଅତିଥି ଭାବେ ସାଧନ କର୍ମୀ ବିପିନ ବିହାରୀ ଶତପଥି, ପ୍ରଶାନ୍ତ କୁମାର ଧଳ, ବରିଷ୍ଠ ଜେ.ଆର୍.ସି. କାଉନ୍ସିଲର ଅକ୍ଷୟ କୁମାର ପଣ୍ଡା ଯୋଗ ଦେଇଥିଲେ ।

ସଭାକାର୍ଯ୍ୟ ସମାପନ ପରେ ସମସ୍ତ ଜେଆର୍ସି ପରାମର୍ଶଦାତାମାନେ ଏକ ମୋଟର ସାଇକେଲ୍ ରାଲି ମାଧ୍ୟମରେ ଢେଙ୍କାନାଳର ଆଦୃତା ଶିଶୁ ସଦନକୁ ଯାଇ ସେଠାରେ ପିଲାମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜେ.ଆର୍.ସି. ପରାମର୍ଶଦାତା ସୁଶିଲ କୁମାର ପଣ୍ଡା, ଦୁଷ୍ମନ୍ତ ସେଠୀ, ମହେନ୍ଦ୍ର ସାହୁ, ସବିତା ସାହୁ, ହରପ୍ରିୟା ଦାସ, ପ୍ରକାଶ ବେହେରା, ମଞ୍ଜୁବାଳା ବେହେରା, ସୌଦାମିନୀ ଦଳେଇ, ସ୍ମିତିସୁଧା ଜେନା, ରସାନନ୍ଦ ପ୍ରଧାନ, ଅନନ୍ତ ଜେନା, ପ୍ରଶାନ୍ତ ସାହୁ ଓ ସ୍ୱର୍ଣ୍ଣପ୍ରଭା ରାଉତ ପ୍ରମୁଖ ସହଯୋଗ କରିଥିଲେ । ସଂଚାଳକ ଭାବେ ସାଧନକର୍ମୀ ସୁବ୍ରତ କୁମାର ମିଶ୍ରଙ୍କ ମଂଚ ପରିଚାଳନା କରିଥିବାବେଳେ ବରିଷ୍ଠ ସାଧନ କର୍ମୀ ନରେଶ କୁମାର ମହାରଣା ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment