ଢେଙ୍କାନାଳ କଲେଜରେ ସ୍ୱତନ୍ତ୍ର ଶିବିର ଉଦ୍ୟାପିତ

ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆନୁଷ୍ଠାନିକ ଶିକ୍ଷା କିମ୍ବା ନିୟମିତ ନିଯୁକ୍ତିରେ ନଥିବା ୧୫ ରୁ ୨୯ ବର୍ଷ ଯୁବକମାନଙ୍କ ଉଦେ୍ଦଶ୍ୟରେ ଏକ ସ୍ୱତନ୍ତ୍ର ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ରଞ୍ଜିତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବରେ ନିରୋଦ ଖୁଣ୍ଟିଆ ଯୋଗଦେଇ ନିଜ ଜୀବନର ସଫଳତାକୁ ଏକ କ୍ଷୁଦ୍ର ଗଳ୍ପ ମାଧ୍ୟମରେ ବ୍ୟକ୍ତ କରି ସ୍ୱେଚ୍ଛାସେବୀମାନଙ୍କୁ ଭବିଷ୍ୟତରେ କିପରି ସଫଳତାର ଉପଯୁକ୍ତ ପଥ ଚୟନ କରିବେ ସେ ସମ୍ବନ୍ଧରେ ବୁଝାଇଥିଲେ । ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ଦେବାଶିଷ ମହାନ୍ତି, ଅର୍ଥନୀତି ବିଭାଗର ସହକାରୀ ପ୍ରଫେସର ଡ. ସଞ୍ଜିତ କୁମାର ମହାପାତ୍ର, ପାରିମାଳ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ରଶ୍ମିରଞ୍ଜନ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିବା ସହିତ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୪ଟି ମହାବିଦ୍ୟାଳୟର ୫୦ ଜଣ ସ୍ୱେଚ୍ଛାସେବୀଙ୍କୁ ନେଇ ୨ଟି ସହରାଞ୍ଚଳର ୩୪ଟି ଗ୍ରାମ ଉପରେ ସର୍ବେକ୍ଷଣ କରାଯାଇଥିଲା । କାର୍ଯ୍ୟକ୍ରମ ଅଧିକାରୀ ଡ. ଦେବରାଜ ପରିଡା ସ୍ୱତନ୍ତ୍ର ଶିବିରକୁ ପରିଚାଳନା କରିଥିଲେ ।

Comments (0)
Add Comment