ବରିଷ୍ଠ ନାଗରିକ ମହାମଞ୍ଚ ପକ୍ଷରୁ ବୈଶାଖୀ ଆସର ଅନୁଷ୍ଠିତ

କୋଣାର୍କ: କୋଣାର୍କର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ଓ ବରିଷ୍ଠ ନାଗରିକ ମହାମଞ୍ଚ ପକ୍ଷରୁ କୋଣାର୍କ ନାଟ୍ୟ ମଣ୍ଡପ ପରିସରେ ମହା ବିଷୁବ ପଣା ସଂକ୍ରାନ୍ତି, ବୈଶାଖୀ ଆସର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନାଗରିକ ମହାମଞ୍ଚର ଆବାହକ ଉମେଶ ଚନ୍ର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଶାଖୀ ଆସରେ ସଭାପତି ରାଜକିଶ୍ବର ମହାପାତ୍ର, ସମ୍ପାଦକ ବିଦ୍ୟାଧର ଜେନା, ମାର୍ଗଦର୍ଶକ ଶରତଚନ୍ଦ୍ର ବାରିକ, ଗନ୍ଧର୍ବ ସେନାପତି, ଜୟକୃଷ୍ଣ ନାୟକ, ରବିନ୍ଦ୍ରନାଥ ପରିଡା, ପ୍ରଶ୍ନ ତ୍ରିପାଠୀ, ପ୍ରଶ୍ନ ପାତ୍ର, ଲିଙ୍ଗରାଜ ନାୟକଙ୍କ ସମେତ ବରିଷ୍ଠ ନାଗରିକ ମହାମଞ୍ଚର ସଦସ୍ୟମାନେ ଉପସ୍ଥିତ ଥିଲେ ।

ନାଟ୍ୟ ମଣ୍ଡପ ପରିସରେ ଓଡ଼ିଆ ନବବର୍ଷ, ମହାବୀର ହନୁମାନ ଜୟନ୍ତୀକୁ ପାରମ୍ପରିକ ରୀତିରେ ବରିଷ୍ଠ ନାଗରିକ ମାନେ ପାଳନ କରିଥିଲା । କୋଣାର୍କ ନାଟ୍ୟ ମଣ୍ଡପ ସ୍ଥିତ ବାବା ବାଲୁଙ୍କେଶ୍ବରଙ୍କ ପୀଠରେ ସୁମିଷ୍ଠ ବେଲ ପଣାର ପ୍ରସାଦରେ ସମସ୍ତଙ୍କୁ ଆପାଇତ କଯାଯାଇଥିଲା । ଓଡ଼ିଶାର ବିଭିନ୍ନ ପଣାକୁ ଜିଆଇ ଟ୍ୟାଗ କରିବା ପାଇଁ ସରକାରଙ୍କ ନିକଟରେ ବରିଷ୍ଠ ନାଗରିକ ମହାମଞ୍ଚ ପକ୍ଷରୁ ଦାବି କରା ଯାଇଥିଲା ।

ଏହି ବୈଶାଖୀ ଆସର ଆବସରରେ ପାଞ୍ଚ ଜଣ ବରିଷ୍ଠ ନାଗରିକଙ୍କୁ ବରିଷ୍ଠ ନାଗରିକ ମହାମଞ୍ଚ ପକ୍ଷରୁ ଛତା ବଣ୍ଟ କରାଯାଇଥିଲା । ଆଗାମୀ ଦିନରେ ୧୦୦ ଜଣ ବରିଷ୍ଠ ନାଗରିକଙ୍କୁ ଛତା ବଣ୍ଟନ କରାଯିବ ବୋଲି ଆବାହକ ଶ୍ରୀ ସ୍ବାଇଁ ସୂଚନା ଦେଇଛନ୍ତି । ଏହି ବୈଶାଖୀ ଆସର ବା ବିଷୁବ ମିଳନରେ ଶତାଧିକ ବରିଷ୍ଠ ନାଗରିକ ଏକତ୍ରିତ ହୋଇଥିଲେ ।

Comments (0)
Add Comment