କାମାକ୍ଷା ମହୋତ୍ସବ ମଶାଲ କୁ ବିପୁଳ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନ: ଆଜି ଠାରୁ ଆରମ୍ଭ ହୋଇଛି କାମାକ୍ଷାନଗର ମହୋତ୍ସବ । ଏହି ମହୋସôବ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିପାଇଁ ଢେଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦେ୍ଧଶ୍ୱର ମନ୍ଦିରରେ ମହୋସôବ ର ସଫଳତା ନିମନ୍ତେ ପୂଜାର୍ଚ୍ଚନା କରାଯାଇ ମଶାଲ ଶୋଭାଯାତ୍ରା ବାହାରିଥିଲା ।

ନଗରପାଳ ସୁଭେନ୍ଦୁ କୁମାର ସାହୁ ଙ୍କ ନେତୃତ୍ୱରେ ଅନୁଷ୍ଠିତ ମଶାଲ ଶୋଭାଯାତ୍ରା ବୁଦେ୍ଧଶ୍ୱର ମନ୍ଦିର ରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା , ସଂକୀର୍ତନ ମଣ୍ଡଳୀ , କାଉନସିଲରଙ୍କ ଗହଣରେ ବାହାରି ସହର ପରିକ୍ରମା କରିଥିଲା ଓ ଜନସଚେତନତା ଉଦେ୍ଦଶ୍ୟରେ କାଳୀବଜାର ସ୍ଥିତ ସହିଦ ବାଜିରାଉତ ଙ୍କ ପ୍ରତିମୂର୍ତୀ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ବିଡିଓ କଲ୍ୟାଣ ସୌରଭ ଦାଶ , ଏନଏସି ନିର୍ବାହୀ ଅଧିକାରୀ ଶ୍ୟାମ ସୁନ୍ଦର ସାହୁ , ଏନଏସି ଉପାଧ୍ୟକ୍ଷା ମାନିନୀ ସାହୁ ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ , ଜିଲ୍ଲା ପରିଷଦ ସଭ୍ୟ ରମେଶ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ମହୋସôବ ଭାଇଚାରା ସୃଷ୍ଟିକରିଥାଏ ଓ ଜୀବନକୁ ସରସ ସୁନ୍ଦର କରିବା ସହ ନୂଆ ଉସôାହ ପ୍ରଦାନ କରିଥାଏ ।

ଲୁକ୍କାୟିତ ପ୍ରତିଭା କୁ ଲୋକଲୋଚନକୁ ଆଣିବା , ଗାଁ ମାଟି ଓ ସମାଜ ପାଇଁ ବ୍ୟକ୍ତିଗତ ଭାବେ କାର୍ଯ୍ୟ କରିଥିବା ଏବଂ ସଫଳତାର ଶୀର୍ଷରେ ପହଁଚିଥିବା ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ଦେଇ ସେମାନଙ୍କୁ ଉସôାହିତ କରିବା ହେଉଛି  ର ମୂଳଲକ୍ଷ୍ୟ ବୋଲି ମତବ୍ୟକ୍ତ କରିଥିଲେ ।

ବିଭିନ୍ନ ବଜାର କମିଟି ତରଫରୁ ବିପୁଳ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯିବା ପରେ ମଶାଲ ମହୋତ୍ସବ ଶୋଭାଯାତ୍ରା କାମାକ୍ଷାନଗର ଅଭିମୁଖେ ଯାତ୍ରା କରିଥିଲା । ଭୁବନରୁ କାମାକ୍ଷାନଗର ୩୫ କିମି ରାସ୍ତାର ବିଭିନ୍ନ ଗ୍ରାମର ଛକ ମାନଙ୍କରେ ମଧ୍ୟ ଲୋକମାନେ ମଶାଲ କୁ ସ୍ୱାଗତ ଜଣାଇଥିଲେ ।

Comments (0)
Add Comment