ଟାଟା ଷ୍ଟିଲ୍ ମେରାମଣ୍ଡଳୀ ରନ୍-ଏ-ଥନ୍ର ୩୫୦୦ ଧାବକଙ୍କ ଅଂଶଗ୍ରହଣ

ଭୁବନେଶ୍ୱର: ଢେଙ୍କାନାଳ ପ୍ରଶାସନ ସହଯୋଗରେ ଆୟୋଜନ କରାଯାଇଥିବା ମେଗା କ୍ରୀଡ଼ା କାର୍ଯ୍ୟକ୍ରମ ମେରାମଣ୍ଡଳୀ ରନ୍-ଏ-ଥନ୍ରେ ସାରା ଦେଶର ୩୫୦୦ରୁ ଅଧିକ ଉତ୍ସାହୀ ଧାବକଙ୍କ ଅଂଶଗ୍ରହଣ ଦେଖିବାକୁ ମଳିଥିଲା । ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ, ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍, ଢେଙ୍କାନାଳ ସରୋଜ କୁମାର ସେଠୀ, ଆଇଏଏସ, ଢେଙ୍କାନାଳ ଏସ୍ପି ଜ୍ଞାନ ରଂଜନ ମହାପାତ୍ର, ଟାଟା ଷ୍ଟିଲ୍ର ଉପସଭାପତି-କର୍ପୋରେଟ୍ ସେବା ଚାଣକ୍ୟ ଚୌଧୁରୀ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀର ଉପସଭାପତି-ଅପରେସନ୍ସ ସୁବୋଧ ପାଣ୍ଡେଙ୍କ ଭଳି ଅତିଥିଙ୍କ ଦ୍ୱାରା ୧୦ କିମି ଓ ୫ କିମି ଦୌଡ଼କୁ ପତାକା ଦେଖାଇ ଲୋକାର୍ପଣ କରାଯାଇଥିଲା ।

ଚଳିତ ବର୍ଷର ବିଷୟବସ୍ତୁ ଥିଲା “ଏକ ସବୁଜ ଗ୍ରହ ପାଇଁ ଦୌଡ଼’ ଯେଉଁଥିରେ ପୁରୁଷ ଓ ମହିଳାଙ୍କ ପାଇଁ ୧୦ କିମି ଓ ୫ କିମି ବର୍ଗରେ ଅଂଶଗ୍ରହଣକାରୀମାନେ ପ୍ରତିଦ୍ୱନ୍ଦ୍ୱିତା କରିବା ଦେଖିବାକୁ ମିଳିଥିଲା । କଂଟାବଣିଆ ସ୍ଥିତ କାରଖାନାର ହାଉସିଂ କଲୋନୀରୁ ଦୌଡ଼ ଆରମ୍ଭ ହୋଇଥିଲା ଏବଂ ତାହା ଏନ୍ଏଚ୍-୫୫ ସର୍ଭିସ୍ ରୋଡ୍ ଓ ନିକଟସ୍ଥ ଶିବପୁର ଗ୍ରାମ ସଡ଼କ ଦେଇ ଆଗକୁ ବଢ଼ିଥିଲା ।

୧୦ କିମି ଦୌଡ଼ର ଉଭୟ ପୁରୁଷ ଓ ମହିଳା ବର୍ଗରେ ୪.୨ ଲକ୍ଷ ଟଙ୍କାର ମୋଟ ୨୦ ପୁରସ୍କାର ସହିତ ନଗଦ ରାଶି ଓ ଟ୍ରଫି ପ୍ରଦାନ କରାଯାଇଥିଲା । ୧୦ କିମି ପୁରୁଷ ଦୌଡ଼ ବର୍ଗରେ ଖୋର୍ଦ୍ଧାର ରଶ୍ମୀ ରଂଜନ ନାୟକ ବିଜେତା ହୋଇଥିବା ବେଳେ ୧୦ କିମି ଦୌଡ଼ ମହିଳା ବର୍ଗରେ ସାମସଦ୍ ଆରା ବେଗମ ବିଜୟିନୀ ହୋଇଥିଲେ । ୫ କିମି ବର୍ଗରେ ପୁରୁଷରେ ପ୍ରବୀଣ ବିଜୟୀ ହୋଇଥିବା ବେଳେ ମହିଳା ବର୍ଗରେ ଦୈତା ହନ୍ତାଳ ବିଜୟିନୀ ହୋଇଥିଲେ ।

ଟାଇମିଂ ଡିଜିଟାଲ୍ ମ୍ୟାଟ୍, ଆର୍ଏଫ୍ଆଇଡି ଚିଫ୍, ସ୍ପ୍ଲିଟ୍ ଟାଇମିଂ ମ୍ୟାଟ୍, ଟ୍ରାକିଂ କ୍ୟାମେରା ଏବଂ ୱାଇ-ଫାଇ ନେଟ୍ୱର୍କ ଭଳି ପ୍ରଯୁକ୍ତି ବ୍ୟବହାରରେ ଏହି କାର୍ଯ୍ୟକ୍ରମ ମୁମ୍ବାଇର ଏକ ଅଭିଜ୍ଞତା ସମ୍ପନ୍ନ ଏଜେନ୍ସି ସହଯୋଗିତାରେ ଆନ୍ତର୍ଜାତିକ ସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ବିଜେତାଙ୍କ ସମେତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ମନୋନୀତ ୧୦ କ୍ରୀଡ଼ାବିତ୍ ଏବଂ ଏଥି ସହିତ ସ୍ଥାନୀୟ ଅଂଚଳର ଟାଟା ଷ୍ଟିଲ୍ ଦ୍ୱାରା ତାଲିମପ୍ରାପ୍ତ ଭଲିବଲ୍ ଖେଳାଳିଙ୍କ ମଧ୍ୟରୁ ୬ ଜଣ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ଢେଙ୍କାନାଳ ଏଡିଏମ୍ ରମେଶ ଚନ୍ଦ୍ର ସେଠୀ, ପ୍ରଜାସଂଘର ସଭାପତି ଗଙ୍ଗାଧର ସାମଲ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ଢେଙ୍କାନାଳର ଆଂଚଳିକ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକ, ଢେଙ୍କାନାଳ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାସ, ଢେଙ୍କାନାଳ ଉପ ଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ରିମ୍ଝିମ୍ ଇସ୍ପାତ ଲିମିଟେଡ୍ର ସିଓଓ ପ୍ରଦୀପ ଶର୍ମା ଏବଂ ଏମ୍ଜିଏମ୍ ମିନେରାଲ୍ସର ଏଚ୍ଆର୍ ଗ୍ରୁପ୍ ହେଡ୍ ଶ୍ରୀନିବାସ ବ୍ରହା୍ୱ ଭଳି ବହୁ ଅତିଥି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହା ବ୍ୟତୀତ କୁସୁସପଙ୍ଗା, ଶିବପୁର, ନୂଆଗାଁ, ନୂଆହତା, କମଳାଙ୍ଗ ଆଦି ପଂଚାୟତର ସରପଂଚମାନେ ଉପସ୍ଥିତ ଥିଲେ ।

Comments (0)
Add Comment