ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘର ସାମ୍ବାଧାନିକ ସମ୍ମିଳନୀ

ଢେଙ୍କାନାଳ : ସ୍ଥାନୀୟ ଲେଖକ ସଂସଦ ଭବନ ଠାରେ ରବିବାର ଦିନ ନିଖିଳ ଉକ୍ରଳ ପ୍ରାଥମିକ ଶିକ୍ଷକ ସଂଘ, ସଦର ବ୍ଲକ୍ ଶାଖାର ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ଅସିତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ସଚିନ୍ କୁମାର ନାୟକ, ପ୍ରାକ୍ତନ ଜିଲ୍ଲା ସମ୍ପାଦିକା ବିଦୁ୍ୟତ୍ଲତା ନାୟକ ଓ ଜିଲ୍ଲା କର୍ମକର୍ତା ସୌଦାମିନୀ ଦେହୁରୀ ଓ ପଙ୍କଜିନୀ କର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ସମ୍ମିଳନୀରେ ଶିକ୍ଷକମାନେ ସମ୍ମୁଖୀନ ହେଉଥିବା ବହୁବିଧ ସମସ୍ୟା ଓ ତା’ର ପ୍ରତିକାର ସଂପର୍କରେ ଆଲୋଚନା କରାଯାଇଥିଲା । ସଭା ଶେଷରେ ନୂତନ କର୍ମକର୍ତା ନିର୍ବାଚନ କରାଯାଇଥିଲା । ସଭାପତି ଭାବେ ବୈରାଗୀ ଚରଣ ସେଠୀ, ଉପସଭାପତି ଭାବେ ଅନିମା ଦାସ ଓ ମାଧବ ଚନ୍ଦ୍ର ବେହେରା, ସଂପାଦକ ଭାବେ ଶତୃଘ୍ନ ମଲ୍ଲିକ, ଯୁଗ୍ମ ସଂପାଦକ ଭାବେ ଚିତରଞ୍ଜନ ମହାନ୍ତି, ରଜନିକାନ୍ତ ସାହୁ, ତାପସ କୁମାର ସେଠୀ, ସାଙ୍ଗଠନିକ ସଂପାଦକ ଭାବେ ବିଷ୍ଣୁ କୁମାର ମଲ୍ଲିକ, କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ଦାସ, ଉପଦେଷ୍ଟା ଭାବେ ଅସିତ୍ ମିଶ୍ର, ପ୍ରଶାନ୍ତ ପଣ୍ଡା ଓ ନିରାକାର ବେହେରା ନିର୍ବାଚିତ ହୋଇଛନ୍ତି ।

ପ୍ରାରମ୍ଭରେ ଅବସରପ୍ରାପ୍ତ ପ୍ରାକ୍ତନ ଜିଲ୍ଲା ସମ୍ପାଦିକା ବିଦୁ୍ୟଲତା ନାୟକଙ୍କୁ ସଂଘ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ କର୍ମକର୍ତା ଶିକ୍ଷକମାନଙ୍କର ସମସ୍ୟା ଅନୁଧ୍ୟାନ କରି ପ୍ରତିକାର ଦିଗରେ କାର୍ଯ୍ୟ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଶେଷରେ ପ୍ରଧାନଶିକ୍ଷକ ବିପିନ୍ ବିହାରୀ ପାଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment