ମହାମାୟୀଙ୍କ ତୃତୀୟ ବାର୍ଷିକୋତ୍ସବ

ଢେଙ୍କାନାଳ : ଢେଙ୍କାନାଳ ସହର ଅନ୍ତର୍ଗତ ଆନନ୍ଦନଗରସ୍ଥିତ ରଗଡିସାହି ଠାରେ ମା’ ମହାମାୟୀଙ୍କର ତୃତୀୟ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ପ୍ରାତଃରୁ ମା’ଙ୍କର ମଙ୍ଗଳ ଆଳତୀ, ମହାସ୍ନାନ, ନୂତନ ବସ୍ତ୍ର ଓ ବିଭିନ୍ନ ପୁଷ୍ପମାଳ ଅର୍ପଣ କରି ଭୋଗ ଲାଗି କରାଯାଇଥିଲା ।

ସକାଳ ୧୦ ଘଟିକା ସମୟରେ ସିମିଳିଆ ପୋଖରୀରୁ ଘଟ ଆବାହନ କରି ଏକ ବିରାଟ କଳସଯାତ୍ରା କରାଯାଇଥିଲା । ପରେ ମା’ଙ୍କର ଷୋଡଶ ଉପଚାର ପୂଜା, ମଣ୍ଡଳ ପୂଜା ଓ ପୂର୍ଣ୍ଣାହୁତି କରାଯାଇଥିଲା । ଏହି ଉତ୍ସବରେ ଆଖପାଖ ଗ୍ରାମରୁ ତିନିଦଳ କୀର୍ତନ ମଣ୍ଡଳୀ ଦ୍ୱାରା ସଂକୀର୍ତନ କରାଯାଇଥିଲା ।

ପୂଜକ ଡୋଲା ଭାଇନା ସମସ୍ତ କାର୍ଯ୍ୟକୁ ସୂଚାରୁ ରୂପେ ସମ୍ପାଦନ କରିଥିବାବେଳେ କର୍ତା ପ୍ରଶାନ୍ତ ନାୟକ ଓ କର୍ତୀ ଲିନୁବାଳା ନାୟକ ପୂଜାଭାର ସମ୍ଭାଳିଥିଲେ । ସଭାପତି ଚକ୍ରଧର ନାୟକଙ୍କ ତତ୍ୱାବଧାନରେ ବାବୁ ମିଶ୍ର, ପ୍ରଭାତ ନାୟକ, ଲିଲି ନାୟକ, ବିମଳ ନାୟକ, ଶ୍ୟାମସୁନ୍ଦର ନାୟକ, ଲିପୁନ୍ ପ୍ରଧାନ, ପବିତ୍ର ନାୟକ, ଟୁନୀ ନାୟକ, ସୋନାଲି ନାୟକ, ଜିନିୟା ନାୟକ, ଉଜ୍ୱଳ ନାୟକ, ଭରତ ସାହୁ, ପିନୁ ଦଳେଇ, ଗନ୍ଧର୍ବ ସାହୁ, ବିଦୁ୍ୟଲତା ଦଳେଇ, ରମେଶ ଚନ୍ଦ୍ର ସ୍ୱାଇଁ ପ୍ରଭୃତି ଉପସ୍ଥିତ ଥିଲେ ।

Comments (0)
Add Comment