ନବ ଦାସଙ୍କ ବିୟୋଗରେ ବିଜେଡିର ଶ୍ରଦ୍ଧାଞ୍ଜଳି-ସଭା

ଢେଙ୍କାନାଳ: ସ୍ୱସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ବିୟୋଗରେ ଢେଙ୍କାନାଳ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା କାର୍ଯ୍ୟାଳୟ ଠାରେ ନଗର ବିଜେଡି ସଭାପତି ଇନ୍ଦ୍ରମଣି ବେହେରାଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ବିଜେଡି ସାଧାରଣ ସଂପାଦକ ଦେବାଶିଷ ମିଶ୍ରଙ୍କ ପରିଚାଳନାରେ ଏକ ଶ୍ରଦ୍ଧାଞ୍ଜଳି ଓ ଶୋକସଭା ଅନୁଷ୍ଠିତ ହୋଇଯାଇଅଛି ।

ଏହି ଅବସରରେ ଏକ ବାର୍ତାରେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଶ୍ରୀ ଦାସଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ସେ ଜଣେ ବ୍ୟକ୍ତି ନୁହେଁ ଅନୁଷ୍ଠାନ ଥିଲେ ।ପଶ୍ଚିମ ଓଡିଶାର ଅଦ୍ୱିତୀୟ ନେତା ଭାବେ ଜନସେବାରେ ନିଜକୁ ଉତ୍ସର୍ଗ କରି ସମସ୍ତଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ଗ୍ରହଣ କରିଥିଲେ ।

ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଙ୍କର ପଦକ୍ଷେପ ଓ ପ୍ରଶଂସନୀୟ କାର୍ଯ୍ୟ ଅବିସ୍ମରଣୀୟ । କୋଭିଡ୍ ସମୟରେ ସାଧାରଣ ଜନତାଙ୍କୁ ସେ ଯେଉଁ ସେବା କରିଯାଇଛନ୍ତି, ତାହା ସବୁଦିନ ମନେ ରହିବ । ଏଭଳି ଜଣେ ମହାନ ନେତାଙ୍କ ବିୟୋଗ ଖାଲି ବିଜେଡି ନୁହେଁ ସମଗ୍ର ଓଡିଶା ପାଇଁ ଅପୂରଣୀୟ କ୍ଷତି ଘଟିଛି ।ସେ ଜଣେ ମିଷ୍ଠଭାଷି, ପରୋପକାରୀ ଓ ଜନତାଙ୍କ ସେବକ ଥିଲେ ।

ତାଙ୍କ ପରିବାରକୁ ସମବେଦନା ଜଣାଇବା ସଙ୍ଗେ ସଙ୍ଗେ ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରିଛନ୍ତି ।ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଉପନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ସାଗରିକା ମିଶ୍ର, ଜିଲ୍ଲା ବିଜେଡି ଉପସଭାପତି ସୁଧାଂଶୁ ଦଳେଇ, ସାଧାରଣ ସଂପାଦକ ରମେଶ ଚନ୍ଦ୍ର ସାମଲ, କାଉନ୍ସିଲର ଅଭିମନୁ୍ୟ ପଣ୍ଡା, ସନ୍ଦୀପ ଷଡଙ୍ଗୀ, ଶୁଭଲକ୍ଷ୍ମୀ ସାହୁ, ସଦର ବ୍ଲକ୍ ବିଜେଡି ସଭାପତି ବିଭୁପ୍ରସାଦ ଦେହୁରୀ, ଟାଉନ୍ ଯୁବ ବିଜେଡି ସଭାପତି ବ୍ରହ୍ମାନନ୍ଦ ସାହୁ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ମହିଳା ବିଜେଡି ଉପସଭାନେତ୍ରୀ ଉର୍ବଶୀ ମହାପାତ୍ର ଯୁବନେତା ରଂଜନ ନାୟକ, ମାମିନା ଦିକ୍ଷୀତ, କୁନା ସାହୁ, ଜିଲ୍ଲା ସଂପାଦକ ସଂଜୀବ ମଲ୍ଲିକ, ଟାଉନ୍ ଛାତ୍ର ବିଜେଡି ସଭାପତି ସୋନୁରାମ୍ ସିଂ, ଶ୍ରମିକ ନେତା ପ୍ରଶାନ୍ତ ନାୟକ, ପୂର୍ବତନ କାଉନ୍ସିଲର ଜ୍ଞାନଚାନ୍ଦ ମିଶ୍ର, ବିଷ୍ଣୁ କର, କରୁଣାକର ସେଠୀ, ଜ୍ୟୋତ୍ସ୍ନା ମଣ୍ଡଳ ପ୍ରଭୃତି ଉପସ୍ଥିତ ରହି ସ୍ୱର୍ଗତ ନବକିଶୋର ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସଙ୍ଗେ ସଙ୍ଗେ ସେ ଜଣେ ଭଲ ମଣିଷ ଥିଲେ, ପ୍ରତ୍ୟେକ ବ୍ୟକ୍ତିଙ୍କୁ ହୃଦୟରୁ ଭଲପାଇ ସାହାଯ୍ୟ କରିବା ତାଙ୍କର ଏକ ଧର୍ମ ଥିଲା । ତାଙ୍କ ବିୟୋଗରେ ଆମେ ସମସ୍ତେ ଗଭୀର ଦୁଃଖ ପ୍ରକାଶ କରିବା ସଙ୍ଗେ ସଙ୍ଗେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

Comments (0)
Add Comment