କେନ୍ଦି୍ରୟ ଶ୍ରମିକ ସଂଗଠନମାନଙ୍କର ବୈଠକ

ଢେଙ୍କାନାଳ: ଷ୍ଟେସନ ବଜାରସ୍ଥିତ ବିକେଏମ୍ୟୁ ଜିଲ୍ଲା କାର୍ଯ୍ୟାଳ ଠାରେ ଆଜି ଶନିବାର ସମୟ ୧୨ ଘଟିକା ରେ କେନ୍ଦି୍ରୟ ଶ୍ରମିକ ସଂଘ ସମୁହକଙ୍କ ଦେଇଥିବା ଆହ୍ୱାନକୁ ସମର୍ଥନ ଜଣାଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ରାଜ୍ୟ ଶ୍ରମ କମିସନରଙ୍କ କାର୍ଯ୍ୟଳୟ ଠାରେ ହେବାକୁ ଯାଉଥିବା ୪ଟି ଶ୍ରମ କୋର୍ଡର ବାତିଲ କରିବା, ଓଡ଼ିଶାର ସର୍ବନମ୍ନ ମଜୁରୀ, ୨୬ ହଜାର ଟଙ୍କା ଘୋଷଣା ସହ ଖାଉଟି ମୂଲ୍ୟ ସୂଚୀ ଅନୁସାରେ ୬ ମାସରେ ମହଙ୍ଗା ଭତା ବ୍ୟବସ୍ଥା, ସ୍ମିଲ ଶ୍ରମିକମାନଙ୍କୁ ଶ୍ରମିକ ମାନ୍ୟତାର ସହ ସର୍ବନିମ୍ନ ମଜୁରୀ ପ୍ରଦାନ, ନିର୍ମାଣ ଶ୍ରମିକ କାର୍ଡ ପାଇଁ ଅଫ୍ ଲାଇନ୍ ଓ ଅନଲାଇନ୍ରେ ପଂଜିକରଣ, ନବିକରଣ ଓ ସହାୟତା ପ୍ରଦାନ କରିବା, ନିର୍ମାଣ ଶ୍ରମିକ ବୋର୍ଡଦ୍ୱାରା ଘୋଷିତ ସମସ୍ତ ସାମାଜିକ ନିରାପତା ସଠିକ ସମୟରେ ପ୍ରଦାନ, ଶ୍ରମିକମାନଙ୍କୁ ୨ଶହ ଦିନର କର୍ମନିଯୁକ୍ତି ସହ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ ପ୍ରଭୁତି, ବିଭିନ୍ନ ଦାବି ନେଇ ଫେବୃୟାରୀ ୧ ଓ ୨ରେ ହେବାକୁ ଥିବା ଗଣଧାରଣା ଉପରେ ଆଲୋଚନା କରାଯାଇଥିଲା ।

ଏଆଇଟିୟୁସିଇ ଜିଲ୍ଲା ସଭାପତି ଜମେଶ୍ୱର ପୃଷ୍ଟି ସଭାପତିତ୍ୱ କରିଥିବା ବେଳେ ସିଆଇଟିୟୁର ସର୍ବଜ୍ଞ ସାହୁ, ଏଆଇସିସିଟିୟୁଇର ଶ୍ରୀନିବାସ ସାହୁ, ବିକେଏମ୍ୟୁର ଜିଲ୍ଲା ସଂପାଦକ ରବି ରଥ, ଏଆଇଟିୟସିର ସହ ସଂପାଦକ ଭାରତୀ ଦାସ, ଆଇଏଟିୟୁର ଅଯୋଧ୍ୟା ସାହୁ, ପୁରୁଷୋତମ ନାଏକ ପ୍ରମୁଖ ଯୋଗଦେଇଥିଲେ ।

Comments (0)
Add Comment