ବୋହୂର ବିବାହ କରାଇଲେ ଶଶୁର।

 ଭୁବନେଶ୍ୱର: ବୋହୂର ବିବାହ କରାଇଲେ ଶଶୁର। ଏଭଳି ବିବାହ କରି ଉଦାହରଣ ସୃଷ୍ଟି କରିଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ। ନିଜ ବିଧବା ବୋହୂଙ୍କୁ ପୁର୍ନବିବାହ କରାଇଛନ୍ତି ଗନ୍ଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ। ଏନେଇ ସେ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି।

 ମୁଁ ଭୁଲ କରିଛି କି ଠିକ କରିଛି ଜାଣିନି।।କିନ୍ତୁ ଆଜି ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ କହିଛନ୍ତି ନବୀନ। ନବୀନ ନନ୍ଦଙ୍କ ପୁଅ ସ୍ବର୍ଗତ ସମ୍ବିତ ନନ୍ଦଙ୍କ ପତ୍ନୀ ମଧୁସ୍ମିତାଙ୍କର ବାଲେଶ୍ଵର ନିବାସୀ ଶିବ ଚନ୍ଦନଙ୍କ ସହ ଭୁବନେଶ୍ବର ନୟାପଲ୍ଲୀ ନିକଟ ଲକ୍ଷ୍ମୀ ମନ୍ଦିରରେ ବିବାହ ସମ୍ପନ୍ନ ହୋଇଛି। ଉଭୟ ପରିବାରର ସମ୍ମତି କ୍ରମେ ଏ ବିବାହ ହୋଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।ଗତ ୨୦୨୧ରେ ନବୀନ ନନ୍ଦଙ୍କ ବଡ଼ ପୁଅ ସମ୍ବିତ ନନ୍ଦ କୋରନାରେ ପ୍ରାଣ ହରାଇଥିଲେ। ସମ୍ବିତଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ଅଛି।

 ନେତା ହେବ ତ ଏମିତି ବଡ଼ ହୃଦୟର। କରୋନାରେ ତାଙ୍କ ପୁଅର ମୃତ୍ୟୁ ଯାଇଥିଲା। ଏବେ ସେ ନିଜ ବିଧବା ବୋହୂର ୨ୟ ବିବାହ ନିଜେ କରାଇଛନ୍ତି। ଏହି ଖବର ନିଜେ ପୂର୍ବତନ ବିଧାୟକ ନିଜ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି ଭାବପୂର୍ଣ୍ଣ କଥା
ଆଜିର ଦିନ ଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ ।

ମୁଁ ଭୁଲ କରିଛି କି ଠିକ କରିଛି ଜାଣିନି ।କିନ୍ତୁ ହିନ୍ଦୁ ରୀତି ନୀତି ଓ ପରମ୍ପରା ରୁ ବାହାରକୁ ଯାଇ ମୋର ସ୍ବର୍ଗତ ବଡ଼ ପୁଅ ସମ୍ବିତ (ସୋମୁ ) ର ସ୍ତ୍ରୀ “ମଧୁସ୍ମିତା” (ସୀମା) କୁ ଦ୍ଵିତୀୟ ବିବାହ ପାଇଁ ସମ୍ମତି ଦେଲି ।ଏଥିରେ ଆମ ଦୁଇ ପରିବାର ମୋର ସମୁଦି ମଧୁସ୍ମିତା ର ବାପା ଶ୍ରୀଯୁକ୍ତ ନୀଳମଣି ପଣ୍ଡା ଙ୍କ ସମ୍ମତି କ୍ରମେ ଏହି ବାହାଘର ଆଜି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ” ଲକ୍ଷ୍ମୀ ମନ୍ଦିର” ପରିସର ରେ ଅତି ନିରାଡ଼ମ୍ବର ଭାବେ ସମ୍ପର୍ଣ୍ଣ ହେଲା।

“ମଧୁସ୍ମିତା” ର ଶୁଭ ବିବାହ ବାଲେଶ୍ୱର ଜିଲ୍ଲା ରେମୁଣା ନିବାସୀ ସ୍ବର୍ଗତ କିଶୋର ଚନ୍ଦ୍ର ପତି ଙ୍କର ଏକ ମାତ୍ର ପୁତ୍ର ” ଶିବ ଚନ୍ଦନ ” ଙ୍କ ସହ ବିବାହ ରେ ମୋର ଧର୍ମପତ୍ନୀ ରଞ୍ଜିତା ଙ୍କ ସହ ମଧୁସ୍ମିତା ର ଦୁଇ ଭାଇ ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନ ଙ୍କ ଉପସ୍ଥିତି ରେ ସମ୍ପର୍ଣ୍ଣ କରାଗଲା ।
ଭଗବାନ ସେମାନଙ୍କ ଦାମ୍ପତ୍ୟ ଜୀବନ କୁ ସୁଖମୟ କରନ୍ତୁ ଏତିକି ଆମର କାମନା ।

Comments (0)
Add Comment