ଆକ୍ରମଣ କରି ଲୁଟିନେବା ଘଟଣାରେ ହାତ ବାନ୍ଧି ବସିଛି ପୋଲିସ:ହସ୍ତକ୍ଷେପ କଲେ ଡିଜିପି

* ଆକ୍ରମଣ କାରୀଙ୍କ ଭୟରେ ଘର କୁ ଯାଇ ପାରୁନାହାନ୍ତି ପୀଡିତା ପରିବାର * ପକ୍ଷ ପାତିତ ନୀତି ଅଵଲମ୍ବନ କରୁଛି ପୋଲିସ *ଜିନିଷ ପତ୍ର ଲୁଟକରି ଘର କୁ କବଜା କରି ରଖିଛନ୍ତି ଆକ୍ରମଣ କରି
ସୁକିନ୍ଦା : ଥାନାକୁ  ଅଭିଯୋଗ ନେଇଯାଉଥିବା ପ୍ରତେକ ମଣିଷ ଙ୍କୁ ଉତ୍ତମ ବ୍ୟବହାର ସହ ତତକ୍ଷଣାତ ସେବା ଯୋଗାଇ ଦେବାକୁ ରାଜ୍ୟ ଫାଇଭ ଟି କାର୍ଯ୍ୟ କରି ହେଉଛି I ଅଭିଯୋଗ ଆସିବାର ଚବିଶ ଘଣ୍ଟା ମଧ୍ୟରେ ଏତଲା ପଞ୍ଜିକୃତ କରି   ବିନା ମୂଲ୍ୟରେ କପି ପ୍ରଦାନ କରିବାକୁ  ନିର୍ଦେଶନାମା ରିହିଛି, ହେଲେ ଏହାର ବିଡମ୍ବନା ଖୋଲା ଉଲଙ୍ଘନ ଆଜି ବି ଅଧୀ ଥାନା ରେ ହେଉଥିବା କ୍ରମନ୍ୱୟରେ ଅଭିଯୋଗ ଆସୁଥିବା ବେଳେ ଏହାର ଖୋଲା ଉଲଙ୍ଘନ ଯାଜପୁର ଜିଲ୍ଲା ର ସୁକିନ୍ଦା ଥାନାରେ ହେଉଥିବା ପରିଲିକ୍ଷିତ ହୋଇଛି I ଦୀର୍ଘ ନ ମାସ ଧରି ଦୌଡ଼ି ଦୌଡ଼ି ନୟାନ୍ତ ହେବାପରେ ବି ପୋଲିସ କୁମ୍ଭ କର୍ଣ୍ଣ ନିଦ୍ରା ରେ ଶୋଇବା ଘଟଣା ଏବେ ପୋଲିସ ବ୍ୟବସ୍ତା ଉପରେ ଆଙ୍ଗୁଳି ନିର୍ଦେଶ କରୁଛି I
ଦେଶ ରେ ଆଇନ କାନୁନ କୁ ପଦାଘାତ କରି   ଆକ୍ରମଣ ପରେ ହତ୍ୟା କରିବାକୁ ଯୋଜନାକରାଯାଇ  ଦିବାଲୋକ ରେ ପୀଡିତା ଙ୍କ  ଜିନିଷ ପତ୍ର ଲୁଟି ନିଆଯାଇଛି I ତାସହ ପୀଡିତା ଙ୍କ  ଘରଦ୍ୱାର କୁ କବଜା କରି ରୋଖା ଯାଇଛି I   ପୋଲିସ ନିକଟ ରେ ବହୁବାର ଅଭିଯୋଗ ହେବା ପରେ ବି ପୋଲିସ ନିରବଦ୍ରଷ୍ଟା ସାଜିଛି I ଯାହାକୁ ନେଇ ପୀଡିତା ପରିବାର ଦୀର୍ଘ ନ ମାସ ଧରି ଘର ଦ୍ୱାର ଛାଡି ନ୍ୟାୟ ପାଇଁ   ସଂଘର୍ଷ ଜାରି ରଖିବା  ଘଟଣା କ୍ରମରେ ପୋଲିସ ର ପକ୍ଷପାତିତ ନୀତି ସମସ୍ତ ଙ୍କୁ ଚୋକିତ କରୁଥିବା ବେଳେ ଉକ୍ତ ଘଟଣାରେ ବିଳମ୍ବ ରେ ହେଲେ ମଧ୍ୟ  ରାଜ୍ୟ ପୋଲିସ ନିର୍ଦ୍ଧେଶକ ହସ୍ତକ୍ଷେପ କରି ପୀଡ଼ିତାଙ୍କ ଅଭିଯୋଗ କୁ ପଞ୍ଜିକୃତ କରି ତଦନ୍ତ ଜାରିରଖିଥିବା ସୂଚନା ହସ୍ତଗତ ହୋଇଛି I
ସୂଚନା ଯୋଗ୍ୟ  ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଧୀନ ମୂଳଖମ୍ବ ଗ୍ରାମ ର ଗୋବିନ୍ଦ ପାତ୍ର ଙ୍କ ପୁଅ ଙ୍କୁ ସେହି ଗ୍ରାମ ର ବିଷ୍ଣୁ ପ୍ରସାଦ ପାତ୍ର ଗତ ମାର୍ଚ୍ଚ ମାସ ରେ  ମରଣାତ୍ମକ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ I ସୁକିନ୍ଦା ଥାନାରେ ଅଭିଯୋଗ ହେବାପରେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ତ ଦୂରର କଥା ଏତଲା ପଞ୍ଜିକୃତ କରିନଥିଲା I ଏହାର ସୁଯୋଗ ରେ ଗୋବିନ୍ଦ ପାତ୍ର ଓ ସଚି ପାତ୍ର ଙ୍କୁ  ଯୋଜନାବଧ ଭାବେ ହତ୍ୟା କରିବାକୁ ଉଦ୍ୟମ କରି ବାହାର କରିଦେଇଥିଲେ I  ଅଭିଯୋଗ  ପରେ ଅଭିଯୋଗ କରିଚାଲିଥିଲେ ପୀଡିତା ଙ୍କ ପରିବାର ବର୍ଗ. ହେଲେ ପୋଲିସ ସାଜିଥିଲା ନିରବଦ୍ରଷ୍ଟା I
ଉକ୍ତ ଘଟଣାକ୍ରମ ରେ କେନ୍ଦ୍ରାଞ୍ଚଳ ଆଇଜି ରିପୋର୍ଟ ତୋଲବ କରିବା ପରେ ସୁକିନ୍ଦା ପୋଲିସ ସଚି ପାତ୍ର ଦେଇଥିବା ପୂର୍ବ ଏତଲା ର ତାରିଖ ବଦଳାଇ ଗତ ଏପ୍ରିଲ ମାସ ବାଇଶି ରିଖରେ ଆକ୍ରମଣକରି ସୁକିନ୍ଦା ଥାନା ଅଧୀନ ବୋଉଲପାଳ ର ଶିକ୍ଷକ ଅଭୟପାତ୍ର, ମୂଳଖମ୍ବ ର ବିଷ୍ଣୁ ପ୍ରସାଦ ପାତ୍ର, ସନାତନ ପାତ୍ର ଙ୍କ ସହ ଛ ଜଣଙ୍କ ନାମରେ ମାମଲା ରୁଜୁ କରିଥିଲା I କିନ୍ତୁ ଘଟଣା କୁ ସଠିକ ଢଙ୍ଗରେ ତଦନ୍ତ ନକରି ଅତି ତରବରିଆ ଭାବେ ଏହା ମିଥ୍ୟା କେସ  କହି ଗ୍ରାମ ନ୍ୟାୟାଳୟ କୁ ରିପୋର୍ଟ ପ୍ରଦାନ କରିଥିଲେ I
ଯାହାକୁ ଆଧାର କରି ଆକ୍ରମଣ କରିମାନେ ସଙ୍ଘଵଧ ହୋଇ ପୀଡିତା ଙ୍କ ପରିବାର ହତ୍ୟା ର ଶିକାର ହେବା ଅସଙ୍କା ରେ  ବାହାରେ ରହୁଥିବା ସୁଯୋଗ ରେ   ଚାଳଛପର ଘର କୁ ଭାଙ୍ଗି ଘରେ ଥିବା ଧାନ ଚାଉଳ ସହ କାଠ ଖୁଣ୍ଟ, ଘର ର କଂସା ବାସନ  ଲୁଗାପଟା, ଟିଭି, ଫ୍ରିଜ କୂଲର  ପାଣି ମେସିନ ସହ ସମସ୍ତ ଜିନିଷ ଲୁଟି ନେଇଥିଲେ I ଛତୁ ଚାସ ର ସମସ୍ତ ସାମଗ୍ରୀ ଲୁଟିନେଇ ଛତୁ ଘରୁ ଆଜବେଷ୍ଟ ମଧ୍ୟ ଖୋଲି ନେଇଯାଇଥିଲେ I ମାଛ ଚାଷ ରେ ଲାଗିଥିବା ପାଣି ମେସିନ, ଇନଭରଟର ମେସିନ ଲୁଟିନେଇ ଯାଇ ଦୁଇ ବଖାରା କୋଠା ଘର ର ଚାବି ଭାଙ୍ଗି   ବଳପୁର୍ବକ ଅକ୍ତିଆର କରି ସେହି ଘରେ ହୋଟେଲ କରିଥିଲେ I
ଯାହାକୁ ଆଧାର କରି ଡିଜିପି ଙ୍କ କାର୍ଯ୍ୟାଳୟ ପକ୍ଷରୁ ଡିଇପିଟି 2022133337 ରେ ଅଭିଯୋଗ ପଞ୍ଜିକୃତ କରି ହସ୍ତକ୍ଷେପ କରିଥିବା ଜଣାପଡିଛି I ଅନ୍ୟ ପଟରେ  ୟେ ସମ୍ପର୍କ ରେ ସୁକିନ୍ଦା ଆଇଆଇସି କାବୁଲି ବାରିକ କହିଛନ୍ତି ୟେ ସମ୍ପର୍କରେ ସବଇନସିପେକ୍ଟର ସିଂ ବାବୁ ଙ୍କୁ ପଚାରନ୍ତୁ  ଦେହ ଭଲ ନାହିଁ କହି କୌଣସି ଉତ୍ତର ରଖିନାହାନ୍ତି I
ReplyForward
Comments (0)
Add Comment