ରାଜେଶ କୁମାର ଦେହୁରୀଙ୍କୁ ଦାଇତ୍ୱ ମିଳିଲା ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ

କଙ୍କଡାହାଡ଼:ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଦଶୀପୁର ଗ୍ରାମ ବିଜୁ ଜନତା ଦଳର ଯୁବ ନେତା ରାଜେଶ କୁମାର ଦେହୁରୀଙ୍କୁ ଢେଙ୍କାନାଳ ଜିଲ୍ଲା ଯୁବ ବିଜେଡି ସାଧାରଣ ସମ୍ପାଦକ ଭାବେ ଦାଇତ୍ୱ ମିଳିଛି ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତାଙ୍କୁ ଏ ପଦରେ ଦାଇତ୍ୱ ଦିଆଯାଇଛି। ସେ ୱାଡ଼ ସ୍ତରରୁ ଜିଲ୍ଲା ପର୍ଯ୍ୟନ୍ତ ଯୁବ ବର୍ଗର ସମସ୍ତ ବିଜେଡି କର୍ମୀଙ୍କୁ ସଂଗଠିତ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ଉଦ୍ୟମ ଜାରି ରଖିବେ ବୋଲି କହିଛନ୍ତି ।

ନୂତନ ଭାବେ ଦାଇତ୍ୱ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ରାଜ୍ୟ ଯୁବ ସଭାପତି ବ୍ୟୋମକେଶ ରାୟ,ରାଜ୍ୟ ସାଧାରଣ ସମ୍ପାଦକ(ଯୁବ ବ୍ୟାପାର) ପ୍ରଣବ କୁମାର ବଳବନ୍ତ ରାଏ,ଜିଲ୍ଲା ପର୍ୟ୍ଯବେକ୍ଷକ ବିଜୟ ନାୟକ,ଜିଲ୍ଲା ସଭାପତି ତଥା ମନ୍ତ୍ରୀ ପ୍ରଫୁଲ ମଲ୍ଲିକ,ସାଂସଦ ମହେଶ ସାହୁ,ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ,ସୀମାରଣୀ ନାୟକ,ସୁଧୀର ସାମଲ,ଜିଲ୍ଲା ଯୁବ ବିଜେଡି ସଭାପତି ଧର୍ମାନନ୍ଦ ପରିଡା ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Comments (0)
Add Comment