ମଠକରଗୋଳା ମହାବିଦ୍ୟାଳୟ ତରଫରୁ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ

କାମାକ୍ଷାନରର(ରାଜ କିଶୋର ରାଉତ): ମଠକରଗୋଳା ମହାବିଦ୍ୟାଳୟ +୨ ଏନ୍. ଏସ.ଏସ ଆନୁକୁଲ୍ୟରେ ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳିତ ହୋଇଯାଇଛି ।

+୨ ଶ୍ରେଣୀର ୫୦ ଜଣ ଓ +୩ ଶ୍ରେଣୀର ୫୦ ଜଣ ସ୍ୱେଛାସେବୀ ଉକ୍ତ ଉତ୍ସବ ରେ ଉପସ୍ଥିତ ରହି ଅଂଶ ଗ୍ରହଣ କରିଥିଲେ ।ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଚିତ୍ତରଞ୍ଜନ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟ ବ୍ୟକ୍ତା ଭାବେ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର,ସମ୍ମାନିତ ଅତିଥି ଭାବେ ଶ୍ରୀ ସୁଧାଂଶୁ ଶେଖର ପାତ୍ର,ଶ୍ରୀମତୀ ସ୍ୱପ୍ନିତା ରାଉତ,ଶ୍ରୀ ରଶ୍ମି ରଞ୍ଜନ ମହାପାତ୍ର,ଶ୍ରୀ ଲଳିତ ବେହେରା ଯୋଗ ଦେଇ ଉକ୍ତ ଦିବସର ତାତ୍ପର୍ଯ୍ୟ ଓ ବିଷୟବସ୍ତୁ କୁ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ ।

ସମସ୍ତ ସ୍ୱେଛାସେବୀ ଜଣ ପ୍ରତି ଜଣେ ନିରକ୍ଷରଙ୍କୁ ଚିହ୍ନଟ କରି ଆଗାମୀ ୧ ମାସ ମଧ୍ୟରେ ସ୍ଵାକ୍ଷର ଶିଖାଇ ,ଜାତୀୟ ସେବା ଯୋଜନାର କାର୍ଯକ୍ରମ ଅଧିକାରୀଙ୍କୁ ରେପୋର୍ଟ କରିବାକୁ ଶପଥ କରିଥିଲେ । ସର୍ବ ଶେଷରେ କାର୍ଯକ୍ରମ ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Comments (0)
Add Comment