ଭୁବନ : ଭୁବନ ର ପ୍ରସିଦ୍ଧ ଗଣେଶ ପୂଜା ଭସାଣି ଉସôବ ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହୋଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଦିନ ୧୧ ଘଟିକା ସମୟରେ ମେଲଣ ପଡିଆରୁ ସମସ୍ତ ଗଣେଶ ମୂର୍ତୀ ଭସାଣି ଶୋଭାଯାତ୍ରାରେ ବାହାରି କାଳୀବଜାର ,କଲେଜ ରୋଡ ,ଅରବିନ୍ଦ ମାର୍ଗ ଦେଇ ରାମ ମନ୍ଦିର ନିକଟରୁ କ୍ରମାନ୍ୱୟରେ ଭସାଣି ଯାତ୍ରା ଆରମ୍ଭ ହୋଇଥିଲା ।
୧୯ ଟି କ୍ଲବ ଭସାଣିରେ ସାମିଲହୋଇ ଲତାବିଲ,ବଉଳ ଛକ ,ସିନେମା ହଲ ଛକ , ଗୋଡି ପୋଖରୀ ଛକ ,ନୂଆବଜାର(ବସଷ୍ଟାଣ୍ଡ) ଦେଇ ସହର ପରିକ୍ରମା କରିଥିଲେ ।
ଓଡିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକନୃତ୍ୟ ,ଆଦିବାସୀ ନୃତ୍ୟ ,ପାରମ୍ପରିକ ଲୋକକଳା ,ବାଜା ସାଙ୍ଗ କୁ ମ୍ୟୁଜିକ ଗ୍ରୁପ ଓ ଡିଜେ ସାଉଣ୍ଡର ତାଳେ ତାଳେ ଯୁବଗୋଷ୍ଠୀ ଝୁମିଥିଲେ । ବର୍ଷାସତ୍ୱେ ଗଣେଶ ଭସାଣି ଦେଖିବାକୁ ହଜାର ହଜାର ଲୋକରୁଣ୍ଡ ହୋଇ ଥିଲେ ।