ସଖି ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ: ସଦର ଥାନା ଅନ୍ତର୍ଗତ ସିମିନଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଢେଙ୍କାନାଳ ସଖି ୱାନ ଷ୍ଟପ ସେଣ୍ଟର ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ସଖିର ପରାମର୍ଶଦାତ୍ରୀ ରଂଜିତା ମଞ୍ଜରୀ କର ଏବଂ କେସ ୱାର୍କର ଅନସୂୟା ମିଶ୍ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଆୟୋଜିକ କାର୍ଯ୍ୟକ୍ରମରେ ଯୋଗ ଦେଇ ମହିଳା ମାନଙ୍କ ପ୍ରତି ଦେଉଥିବା ନିର୍ଯାତନା ଉପରେ ସଖି ୩ ବର୍ଷ ହେଲା କାମ କରି ଆସୁଛି ।

ସମାଜରେ ନିର୍ଯାତନା ଭୋଗୁଥବବା ମହିଳା ମାନଙ୍କୁ ଗୋଟିଏ ଛତା ତଳେ ଡାକ୍ତରୀ ସହାୟତା ,ପୁଲିସ ସହାୟତ , ଆଇନଗତ ସହାୟତ ସହ ସାମାଜିକ ପରାମର୍ଶ ଦେବା ସହିତ ସୁରକ୍ଷିତ ଆଶ୍ରୟ ବ୍ୟବସ୍ଥା ରହିଥିବା ନେଇ ସୂଚନା ଦେଇଥିଲେ ।

ପଞ୍ଚାୟତର ଯୁବ ସରପଞ୍ଚ ଅଜିତ କୁମାର ସିଂହ ଯୋଗ ଦେଇ ନିର୍ଯାତିତ ମହିଳା ମାନଙ୍କୁ ନ୍ୟାୟ ଦେବା ପାଇଁ ସେ ସର୍ବଦା ଚେଷ୍ଟା କରିବେ ବୋଲି କହିଥିଲେ ।

Comments (0)
Add Comment