ବିଦ୍ୟାଳୟରେ ଛାତ୍ରଙ୍କୁ ପାଠ ପଢା ଜାଗାରେ ଚାଉଳ ବସ୍ତା ବୋହି ଶ୍ରମିକ ସଜାଇଲେ ସହକାରୀ ଶିକ୍ଷକ

କାମାକ୍ଷାନଗର( ରାଜ କିଶୋର ରାଉତ):ରାଜ୍ୟ ସରକାର ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରିଥିଲା ବେଳେ ପ୍ରକୃତ ପକ୍ଷେ ଏହା କେବଳ କାହାଜ କଲମ ରେ ଚାଲିଛି ।ସରକାରୀ ବିଦ୍ୟାଳୟକୁ ୫ଟି ଅନ୍ତର୍ଭୁକ୍ତ କରି ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ସରକାର ଚେଷ୍ଟା କରୁଥିବା ବେଳେ ବାସ୍ତବରେ ତାହା କିପରି ଚାଲୁଚି ଏହାକୁ ଦେଖିଲେ ଅନୁମାନ କରାଯାଇ ପାରିବ ।

ଛାତ୍ରଛାତ୍ରୀ ମାନେ ପାଠ ପଢିବା ପାଇଁ ମନ ଵଳାଉ ନଥିବାରୁ ସରକାରଙ୍କ ତରଫରୁ ଛାତ୍ରଛାତ୍ରୀ ମାନଙ୍କ ପାଇଁ ସମସ୍ତ ସୁବିଧା ଦିଆଯାଉଛି କିନ୍ତୁ ଫଳ ସୁନ ।ଏଠି ବିଡ଼ମ୍ବନାର ବିଷୟ କରଗୋଳା ପଞ୍ଚାୟତ ଡ଼ଙ୍ଗାପାଳ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଅଛି ।

ବିଦ୍ୟାଳୟ ର ଦୁଇ ଜଣ ଛାତ୍ର ଙ୍କୁ ସାଇକେଲ ଦ୍ୱାରା ଚାଉଳ ବସ୍ତା ବୋହି ନେଉଥିବାର ଦେଖିବାକୁ ମିଳିଥିଲା ।ଦୁଇଜଣ ଛାତ୍ର ଙ୍କୁ ପଚାରିବାରୁ ସେମାନେ କହିଥିଲେ ସହକାରୀ ଶିକ୍ଷକ ସତ୍ୟଜିତ ଦେ ସାର କହିଥିଲେ ଚାଉଳ ଆଣିବା ପାଇଁ ।

ରାଜ୍ୟ ସରକାରଙ୍କ ତରଫରୁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମଧ୍ୟାନ ଭୋଜନ ର ବ୍ୟବସ୍ଥା ନିମନ୍ତେ ପାଚିକା, ସହାୟକ ନିଯୁକ୍ତି କରିଥିଲା ବେଳେ ବିଦ୍ୟାଳୟର ଛାତ୍ର ମାନଙ୍କୁ ରୋଷେଇ କାର୍ଯ୍ୟ ରେ ନିୟୁଜିତ କରିବା ପରିତାପର ବିଷୟ । ଏଠି ପ୍ରଶ୍ନ ଉଠେ ଛାତ୍ରଛାତ୍ରୀ ମାନେ ପାଠ ପଢିବା ଜାଗାରେ ବିଦ୍ୟାଳୟ ରେ ଶ୍ରମିକ ସାଜିବା କେତେଦୂର ଯୁକ୍ତିଯୁକ୍ତ ।

Comments (0)
Add Comment