ଦଶୀପୁର ପଞ୍ଚାୟତ ସୂଚନା ଅଧିକାରୀ(ପିଆଇଓ) ସୂଚନା ଫର୍ମ ଗ୍ରହଣ କଲେ ନାହିଁ

ସୂଚନା ଦେବା ପାଇଁ କୁଣ୍ଠାବୋଧ କାହିଁକି?

କାଙ୍କଡାହାଡ଼(ଟୁକୁନ ବିଶ୍ୱାଳ): କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତରେ ଅନିୟମିତତା ଖବର ବାରମ୍ବାର ଗଣମାଧ୍ୟମ ରେ ପ୍ରକାଶ ପାଉଥିଲା ବେଳେ କୌଣସି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ ।ପଂଚାୟତ ର ଜନସାଧାରଣ ସରଳ ନିରୀହ ହେଇଥିବାରୁ ଏହାର ସୋଯୋଗ ନେଇ ସରକାରୀ ସ୍ତରରେ ଅବହେଳିତ, ନିଷ୍ପେସିତ, ହେବା ସହିତ ଶୋଷଣର ଶିକାର ହେଉଛନ୍ତି ।

ଗରିବ ଲୋକମାନେ ଆବାସ ପାଉ ନଥିଲା ବେଳେ ଧନୀ ଲୋକମାନେ ଆବାସ ଉପରେ ଆବାସ ପାଉଛନ୍ତି ,ଅନେକ ଜାଲ ପ୍ରମାଣ ପତ୍ର ଦେଇ ଭତା ପାଉଥିଲା ବେଳେ ପାଇବାକୁ ଥିବା ଯୋଗ୍ୟ ହିତାଧିକାରୀ ବଞ୍ଚିତ ହେଉଛନ୍ତି ।

ଧନୀ ଲୋକମାନେ ଅନ୍ତଦୟ ଯୋଜନା ପାଉଥିଲା ବେଳେ ଗରିବ ନିରାଶ ।ପଞ୍ଚାୟତ ରେ ଜନସାଧାରଣଙ୍କ ପାଇଁ ଆସୁଥିବା ଅନେକ ଉନ୍ନୟନ କାର୍ଯ୍ୟର ସଠିକ ତଦାରଖ ହେଉ ନଥିବାରୁ ବାଟ ମାରଣା ହେଉ ଅଛି।

ସୂଚନା ଅଧିକାର ଆଇନରେ ତଥ୍ୟ ଜାଣିବା ପାଇଁ ଦଶୀପୁର ଗ୍ରାମର ସୂଚନା ଅଧିକାର କର୍ମୀ କ୍ଷୀରୋଦ ଦେହୁରୀ ଦଶୀପୁର ପଞ୍ଚାୟତ ବର୍ଷ ୧୯-୨୦,୨୦-୨୧,୨୧-୨୨,୨୨-୨୩ ରେ ମନରେଗା ଯୋଜନାରେ ବ୍ୟକ୍ତିଗତ,ସାମୁହିକ କାର୍ଯ୍ୟ ହେଇଥିବା ସମସ୍ତ କାର୍ଯ୍ୟ ସମସ୍ତ ତଥ୍ୟ,ସିଏଫିସି,ଏସଏଫସି ରେ ହେଇଥିବା ସମସ୍ତ କାର୍ଯ୍ୟ ର ସମସ୍ତ ତଥ୍ୟ,ପଞ୍ଚାୟତ ରେ ପାଉଥିବା ବାର୍ଦ୍ଧକ୍ୟ, ବିଧବା, ଭିନ୍ନକ୍ଷମ ଭତା ପାଉଥିବା ହିତାଧିକାରୀଙ୍କ ସମସ୍ତ ତଥ୍ୟ,ରାସନ କାର୍ଡ ଓ ଅନ୍ତଦୋୟ ଯୋଜନାରେ ପାଉଥିବା ହିତାଧିକାରୀଙ୍କ ସମସ୍ତ ଜାଣିବା ପାଇଁ ସୂଚନା ଅଧିକାର ଆଇନରେ ବ୍ୟକ୍ତିଗତ ଭାବେ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ସୂଚନା ଅଧିକାର ଆଇନ ରେ ମାଗିଥିଲା ବେଳେ ଦଶୀପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସୂଚନା ଅଧିକାରୀ(ପିଆଇଓ)ରାଲିଆ ହାଁସଦା ସୂଚନା ଫର୍ମ ଗ୍ରହଣ କରିନଥିଲେ ।

ଏହାପରେ ସୂଚନା ର ତଥ୍ୟ ଜାଣିବା ପାଇଁ କ୍ଷୀରୋଦ ଡାକ ମାଧ୍ୟମରେ ତା/୧୭/୦୮/୨୦୨୨ ରେ ଆବେଦନ କରିଥିଲା ବେଳେ ସୂଚନା ଅଧିକାରୀ ରାଲିଆ ହାଁସଦା ଚିଠି ଗ୍ରହଣ ନକରିବାରୁ ଆବେଦନ କରିଥିବା ଚିଠି ଫେରସ୍ତ ଆସିଥିଲା କ୍ଷୀରୋଦ ପାଖକୁ।

ସୂଚନା ଅଧିକାର ଆଇନରେ ସୂଚନାର ତଥ୍ୟ ଜାଣିବା ପାଇଁ ନିୟମ ଥିଲା ବେଳେ ଦଶୀପୁର ପଂଚାୟତ ସୂଚନା ଅଧିକାରୀ(ପିଆଇଓ) ଜାଣୁଥିବା ସୂଚନା ଫର୍ମ ଗ୍ରହଣ କରୁ ନାହାଁନ୍ତି କାହିଁକି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି ।

ଦଶୀପୁର ପଞ୍ଚାୟତ ରେ ବଡ଼ ଧରଣର ଅନିୟମିତତା କି ଘୋଟାଲା ହେଇଥିବାର ଆଭାସ ପାଇଛନ୍ତି କି ସୂଚନା ଅଧିକାରୀ ସେଥିପାଇଁ ଜାଣିବାକୁ ଥିବା ସୂଚନା ଅଧିକାର ଆଇନର ଫର୍ମ ଗ୍ରହଣ କରୁ ନାହାନ୍ତି ।

ରେଜିଷ୍ଟି ଚିଠି ନମ୍ବର RO534619321IN ତା/୧୭/୦୮/୨୦୨୨ରେ ଦଶୀପୁର ପଞ୍ଚାୟତ ସୂଚନା ଅଧିକାରୀ(ପିଆଇଓ) ଙ୍କୁ ରେଜେଷ୍ଟି ଚିଠି ମାଧ୍ୟମରେ ସୂଚନା ଅଧିକାର ଆଇନରେ ଜାଣିବାକୁ ଥିବା ସୂଚନାର ତଥ୍ୟ ମାଗିଥିଲା ବେଳେ ଅଧିକାରୀ ଚିଠି ନେବା ପାଇଁ ମନା କରିଛନ୍ତି ଏବଂ ପଞ୍ଚାୟତ କାର୍ଯ୍ୟାଳୟ ରେ ଅନୁପସ୍ଥିତ ଥିଲେ ।

ଏଠାରେ ପ୍ରଶ୍ନବାଚି ସୃଷ୍ଟି ହୁଏ ଜଣେ ସରକାରୀ ଅଧିକାରୀ କେଉଁ ନିୟମ ଆଧାରରେ ଚିଠି ଗ୍ରହଣ କରିବା ପାଇଁ ମନା କରୁଛନ୍ତି । ଏ ସମ୍ପର୍କରେ ଦଶୀପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସୂଚନା ଅଧିକାରି(ପିଆଇଓ) ରାଲିଆ ହାଁସଦା ଙ୍କୁ ବାରମ୍ବାର ଯୋଗାଯୋଗ କଲେ ସେ ଫୋନ କାଟି ଦେଉଛନ୍ତି ,ମେସେଜ ମାଧ୍ୟମରେ ଯୋଗାଯୋଗ କଲେ ଉତ୍ତର ଦେଉ ନାହାଁନ୍ତି ।

ଏ ସମ୍ପର୍କରେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଦାଇତ୍ୱ ରେ ଥିବା ସୁରେଶ ଚନ୍ଦ୍ର ପଣ୍ଡା କୁହନ୍ତି ସୂଚନା ଅଧିକାର ରେ ମାଗିଥିବା ଚିଠି ରଖିବା କଥା କାହିଁକି ସେ ରଖି ନାହାନ୍ତି ପଚାରି ବୁଝିବି ।

 ସୂଚନା ମାଗିଥିବା ସୂଚନା ଅଧିକାର କର୍ମୀ କ୍ଷୀରୋଦ ଦେହୁରୀ ପ୍ରଶ୍ନ କରିଛନ୍ତି ପଂଚାୟତ ସୂଚନା ଅଧିକାରୀ ପିଆଇଓ ସୂଚନା ଫର୍ମ ରଖିବା ପାଇଁ କୁଣ୍ଠାବୋଧ କାହିଁକି ?ଜିଲ୍ଲାପାଳ ଏଥିପାଇଁ ଦୃଷ୍ଟି ଦେବା ପାଇଁ ନିବେଦନ କରିଛନ୍ତି ।

Comments (0)
Add Comment