ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟରେ  ୭୬ ତମ ସ୍ୱାଧୀନତା ଦିବସ ପାଳନ

ଢେଙ୍କାନାଳ: ସ୍ଥାନୀୟ ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ କୋଭିଡ-୧୯ ନିୟମ ସବୁକୁ ଅନୁପାଳନ କରି  ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ୭୬ତମ ସ୍ୱାଧୀନତା ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି।

ଏହି ଅବସରରେ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଜାତୀୟ ପତାକା  ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ସ୍ଵୀୟ ଅଭିଭାଷଣରେ  ସ୍ୱାଧୀନତା ସ୍ବେଚ୍ଛାଚାରିତା ନୁହେଁ ଓ ଏହି କଷ୍ଟଲବ୍ଧ ସ୍ୱାଧୀନତା ପାଇଁ ଯେଉଁ ସେନା ବାହିନୀ ସଦା ସଜାଗ ହୋଇ ଜାଗ୍ରତ ପ୍ରହରୀ ସାଜିଛନ୍ତି ,ଯେଉଁ କୃଷକ ବନ୍ଧୁମାନେ ଆମକୁ ଖାଦ୍ୟ ଯୋଗାଇ ବଞ୍ଚାଇ ରଖିଛନ୍ତି ,ଯେଉଁ ମାନେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ଭୂମିକା ନିର୍ବାହ କରି ମଣିଷ ତିଆରି କାରଖାନାରେ ମଣିଷ ତିଆରି କରୁଛନ୍ତି ଦେଶ ଗଠନରେ ପ୍ରତ୍ୟେକ କ୍ଷେତ୍ରରେ ଯେଉଁ ମାନେ ପ୍ରମୁଖ ଭୁମିକା ନିର୍ବାହ କରୁଛନ୍ତି ସମସ୍ତଙ୍କୁ ପ୍ରଣାମ ଜଣାଇ ଏହି କଷ୍ଟଲବ୍ଧ ସ୍ୱାଧୀନତାକୁ  ଅକ୍ଷୁର୍ଣ୍ଣ ରଖିବାକୁ ସମସ୍ତେ ଚେଷ୍ଟିତ ହେବାକୁ ଓ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବାକୁ ଦୃଢ଼ ଆହ୍ବାନ ଜଣାଇଥିଲେ।

 

ଏହି ଅବସରରେ ମୁଖ୍ୟ ଅତିଥି ବିଗତ ଓ ଚଳିତ ବର୍ଷ ପାଇଁ ବରିଷ୍ଠ ଓ କନିଷ୍ଠ ବିଭାଗରେ ଓଁକାର ମାଝୀ, ସ୍ଵସ୍ତିକ ରାଉତରାୟ, ବିଷ୍ଣୁପ୍ରିୟା ରଥ, ଶୁଭମ୍ ମିଶ୍ର,ରାଜେନ୍ଦ୍ର ପ୍ରସାଦ ସାହୁ ଓ ଅନୁପ କୁମାର ସାହୁଙ୍କୁ ହୃଷିକେଶ – ମୋତି ସ୍ମାରକୀ ପୁରସ୍କାରର ଅର୍ଥରାଶି ତାଙ୍କ ପରିବାବର୍ଗଙ୍କ ପକ୍ଷରୁ ପ୍ରତିନିଧି ଭାବରେ ପ୍ରଫୁଲ୍ଲ କୁମାର ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଥିଲେ।

ବିଦ୍ୟାଳୟର ପରିଚାଳନା କମିଟି ସଭାପତି ପ୍ରମୋଦ କୁମାର ଛୋଟ୍ଟ ରାୟଙ୍କ ସମେତ ସମସ୍ତ ସଭ୍ୟ ସଭ୍ୟା ବୃନ୍ଦ,  ଅଭିଭାବକ,ଅଭିଭାବିକା ଓ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବରିଷ୍ଠ ଶିକ୍ଷୟିତ୍ରୀ ବିଜୟରଶ୍ମି ମିଶ୍ର,ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର, ସମର ଶିକ୍ଷାର୍ଥୀ ସ୍ଥଳ ବାଳିକା ବାହିନୀ ଥାର୍ଡ ଅଫିସର ଅନୁପମା ପଣ୍ଡା, ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରଣମୟୀ ମହାଳିକ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ଗ୍ରୀନ ଆର୍ମି ଦାୟିତ୍ବରେ ଥିବା ବରିଷ୍ଠ ଶିକ୍ଷକ  ଦେବରାଜ ରାଉତ,ସ୍କାଉଟ ମାଷ୍ଟର, ଇତିଶ କୁମାର ବରାଳ, ନିକଟରେ ଅବସର ପ୍ରାପ୍ତ ସମର ଶିକ୍ଷାର୍ଥୀ ସ୍ଥଳବାହିନୀ ଚିଫ ଅଫିସର ସୁଭାଷ କୁମାର ନନ୍ଦ,ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର, ସ୍ଵର୍ଣମୟୀ  ଶତପଥୀ, ସୁନିତାବାଳା ଷଡ଼ଙ୍ଗୀ, ସ୍ୱାଗତିକା ରଥ,ସୁଜାତା ପଣ୍ଡା,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର,ସୁଚିତ୍ରା ସାହୁ, ଦିପ୍ତିଶ କୁମାର ଶତପଥୀ, କଳ୍ପନା ବାରିକ, କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ଭୋକେଶନାଲ ଦାୟିତ୍ୱରେ ଥିବା ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ବାସୁଦେବ ରଣା, ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା, ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ, ବିଦ୍ୟାଳୟରେ କୋଭିଡ-୧୯ ନିୟମାବଳୀ ଅନୁପାଳନ କରି ଯୋଗଦାନ କରି ସ୍ୱାଧୀନତା ଦିବସ ପାଳନ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ।ପରେପରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,କଳ୍ପନା ବାରିକ, କଲ୍ୟାଣୀ ବଡ଼ଜେନାଙ୍କ ମିଳିତ ମାର୍ଗଦର୍ଶନରେ  କୋଭିଡ୍ ନିୟମ ସବୁକୁ ଅନୁପାଳନ କରି ସୁନ୍ଦର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ପରିଶେଷରେ ଆଜାଦୀର ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମର ପାଳନ ଅବସରରେ ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ର  ସ୍ୱାଧୀନତା ଦିବସ ଉତ୍ସବ ପରିଚାଳନା କରିବା ସଙ୍ଗେ ସଙ୍ଗେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments (0)
Add Comment