ମହିମା ମହାବିଦ୍ୟାଳୟରେ ସ୍ଵାଧୀନତା ଦିବସ ପାଳନ

ଯୋରନ୍ଦା: ମହିମାଗାଦିସ୍ଥିତ ମହିମା ମହାବିଦ୍ୟାଳୟରେ ଆଜି ତା ୧୫.୦୮.୨୦୨୨ରିଖରେ ଏନ୍.ଏସ୍. ଏସ୍ ଓ ଏନ୍.ସି.ସିର ମିଳିତ ଆନୁକୁଲ୍ଯରେ ସ୍ଵାଧୀନତା ଦିବସ” ପାଳିତ ହୋଇଯାଇଅଛି ।

 

ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଦାଇତ୍ଵରେ ଥିବା ରସାୟନ ବିଭାଗର ବିଭାଗୀୟ ମୁଖ୍ୟ ଡକ୍ଟର ରତ୍ନାକର ଦାସ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଵାଧୀନତା ଦିବସର ମହତ୍ତ୍ଵ,  ଦେଶକୁ ସ୍ଵାଧୀନ କରିବା ନିମନ୍ତେ ମହାପୁରୁଷ ମାନଙ୍କର ବଳିଦାନ ଓ ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ ସମ୍ପର୍କରେ ଅବିଭାଷଣ ପ୍ରଦାନ କରିଥିଲେ ।

 

ଏହି ଅବସରରେ ଏନ୍.ସି.ସିର ସେନା ଓ ଏନ୍.ଏସ୍.ଏସ୍ ସ୍ଵେଚ୍ଛାସେବୀମାନଙ୍କ ଦ୍ଵାରା ମିଳିତ ଭାବେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା ।

ଏନ୍.ସି.ସିର ସେନାମାନଙ୍କ ଦ୍ଵାରା ଏକ ପ୍ୟାରେଡ ଆୟୋଜନ ହୋଇଥିଲା । ଏହି ଦିବସରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ରହି ସ୍ବାଧିନତାର ସ୍ଵାଦକୁ ଅନୁଭବ କରିବା ସହିତ ଜାତୀୟ ପତାକାକୁ ସମ୍ମାନ ପ୍ରଦାନ କରିଥିଲେ ।

 

ଏହି କାର୍ଯ୍ୟକ୍ରମକୁ ଏନ୍.ସି.ସିର କ୍ଯାପ୍ଟେନ ପୂର୍ଣ୍ଣଚନ୍ଦ୍ର ସାମଲ ଓ ଏନ୍.ଏସ୍.ଏସ୍ ର ପୋଗ୍ରାମ ଅଫିସର ଅଧ୍ୟାପିକା ଗୀତାଞ୍ଜଳି ସାହୁ ପରିଚାଳନା କରିଥିଲେ ।

Comments (0)
Add Comment