କେନାଲରେ ବୁଡି ଚାଷୀ ମୃତ

ଭୁବନ: ଭୁବନ ଥାନା ଅନଳ ଗ୍ରାମର ଶ୍ରୀଧର ସେଠୀ ଙ୍କ ପୁତ୍ର ଅନ୍ତର୍ଯ୍ୟାମୀ ସେଠୀ (36) ଙ୍କ ମୃତ୍ୟୁ ହୋଇଛି I ସୂଚନା ଅନୁଯାୟୀ ଆଜି ଅପରାହ୍ନ ସମୟରେ ବାପା ପୁଅ ଦୁଇ ଜଣ ବିଲରେ ଚାଷ କାମ ସାରି ଗାଧୋଇବାକୁ ରେଙ୍ଗାଳି ମୁଖ୍ୟ କେନାଲ ଯାଇଥିଲେ I

ଗାଧୋଇବା ପରେ ବାପା ଶ୍ରୀଧର ସେଠୀ ଉପରକୁ ଉଠି ଆସିଥିବା ବେଳେ ପୁଅ ଆଉ ଆସିନଥିଲେ I ସ୍ଥାନୀୟ ଲୋକମାନେ ଜାଲ ସାହାଯ୍ୟରେ ଖୋଜା ଖୋଜି କରିବା ପରେ ଉଦ୍ଧାର କରି କାମାକ୍ଷନଗର ମେଡିକାଲ୍ ରେ ଭର୍ତ୍ତୀ କରିଥିଲେ I

ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି I ମୃତକ ଙ୍କ ପରିବାର ପାଖରେ ସରପଞ୍ଚ ଶ୍ରୀନିବାସ ବେହେରା ପହଁଚି ସମବେଦନା ଜଣାଇଛନ୍ତି I

Comments (0)
Add Comment