ବିଡ଼ିଓଙ୍କ ବଦଳି ପରେ କର୍ମଚାରୀ ମରୁଡି ,ସଠିକ ସମୟରେ କର୍ମଚାରୀ ଆସୁ ନାହାଁନ୍ତି ଅଫିସ

ହଇରାଣ ହେଉଛନ୍ତି ସାଧାରଣ ଜନତା

କଙ୍କଡାହାଡ଼(ଟୁକୁନ ବିଶ୍ୱାଳ):ଓଡିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଓଏଏସ ସ୍ତରରେ ଅଦଳବଦଳ କରାଯାଇଛି । ଏ ସଂକ୍ରାନ୍ତରେ ପତ୍ର ନମ୍ବର ପିଆର-ବିଡ଼ିଓ-ଇଏସଟିଟି-୦୦୦୧-୨୨-୧୩୭୨୦/ପି ଆରାଣ୍ଡଡିବ୍ଲୁ/୧୯/୦୭/୨୦୨୨ ରେ ଏକ ନିର୍ଦ୍ଦେଶ ନାମା ଜାରି କରାଯାଇଛି।

ଏହି କ୍ରମରେ କଙ୍କଡାହାଡ଼ ବ୍ଲକର କାର୍ଯ୍ୟରତ ଥିବା ଗୋଷ୍ଟିଉନୟନ ଅଧିକାରୀ ବୁଲବୁଲ ବେହେରାଙ୍କୁ ବଦଳି କରାଯାଇ ଟାଙ୍ଗି ତହସିଲଦାର ଭାବେ ଅବସ୍ଥାପିତ କରାଯିବା ପାଇଁ ପ୍ରକାଶ ପାଇ ଥିବା ଖବର ପାଇଲା ପରେ ବ୍ଲକର ଅଧିକାରୀ ମାନେ ଏହି ସୋଯୋଗ ପାଇ ସଠିକ ସମୟରେ କର୍ମଚାରୀ ଅଫିସ ଆସୁ ନାହାଁନ୍ତି ହଇରାଣ ହେଉଛନ୍ତି ସାଧାରଣ ଜନତା । କଙ୍କଡ଼ାହାଡ଼ ବ୍ଲକ ୨୧ ଟି ପଂଚାୟତ କୁ ନେଇ ଗଠିତ ହେଇଥିଲା ବେଳେ ୩ ଟି ଜିଲ୍ଲାପରିଷଦ ଯୋନରେ ବିଭକ୍ତ କରାଯାଇଛି ।

ସଦର ମହକୁମା କଙ୍କଡାହାଡ଼ ଠାରୁ ୫୦ କିମି ଦୂର ପାଲଲହଡା ବ୍ଲକ ସୀମାନ୍ତକୁ ଲାଗିଥିବା ଘାଗରାମୁଣ୍ଡା ପଞ୍ଚାୟତ ,ପରଜଙ୍ଗ ବ୍ଲକ ସୀମାନ୍ତକୁ ଲାଗିଥିବା ୪୫ କିମି ଦୂରରେ କୁଟୁରିଆ ପଞ୍ଚାୟତ ଥିଲା ବେଳେ ସୁକିନ୍ଦା ବ୍ଲକ ସୀମାନ୍ତକୁ ଲାଗିଥିବା ୩୫ କିମି ଦୂରରେ ମରୁଆବିଲ ପଞ୍ଚାୟତ ଅବସ୍ଥାପିତ ।

ସାଧାରଣ ଲୋକଟିଏ ବ୍ଲକ କାର୍ଯ୍ୟାଳୟ ଯାଇଥାଏ ଭତା,ରାସନ,ପ୍ରଧାନମନ୍ତ୍ରୀ ଆବାସ,ଭଳି ଅନେକ ସମସ୍ୟା ନେଇ ନିଜସ୍ୱ ଗାଡି ଭଡା କରି ଦୂର ଦୁରାନ୍ତ ରୁ ବ୍ଲକ କାର୍ଯ୍ୟାଳୟ ଆସିଥାନ୍ତି ହେଲେ ଅଧିକାରୀ ମାନଙ୍କର ଦେଖା ଦର୍ଶନ ମିଳି ନଥାଏ ।  ବିଡ଼ମ୍ବନାର ବିଷୟ ବ୍ଲକ କାର୍ଯ୍ୟାଳୟ ସକାଳ ୧୦ ଟା ସୁଦ୍ଧା କାର୍ଯ୍ୟାଳୟ ଖୋଲିବା ନିୟମ ଥିଲା ବେଳେ କାର୍ଯ୍ୟାଳୟ ଭିତରେ କେବଳ ଚୋୖକି ପଡିଥିବାର ଦେଖିବାର ନଜିର ଆସିଥିଲା ।

ରାଜ୍ୟ ସରକାର ପ୍ରଚାର ପ୍ରସାର ନିମନ୍ତେ ବ୍ଲକ କାର୍ଯ୍ୟାଳୟ କୁ ୫ଟି ଓ ମୋ ସରକାରରେ ଅନ୍ତଭୁକ୍ତ କରିଥିଲା ବେଳେ ଖୋଦ ସକାଳ ୧୧ ଟା ସୁଦ୍ଧା ମୋ ସରକାର କକ୍ଷ ରେ ତାଲା ଲାଗିଥିଲା । ବ୍ଲକ କାର୍ଯ୍ୟାଳୟ ରେ ଥିବା ଗୋଷ୍ଟିଉନୟନ ଅଧିକାରୀଙ୍କ କାର୍ଯ୍ୟାଳୟ, ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗ୍ରାମୀଣ ଆବାସ ଯୋଜନା କାର୍ଯ୍ୟାଳୟ ସହିତ ସମସ୍ତ କାର୍ଯ୍ୟାଳୟ ଅଫିସ ଭିତରେ ଅଧିକାରୀଙ୍କ ଜାଗାରେ କେବଳ ଚୌକି ଦେଖିବାକୁ ମିଳିଥିଲା ।

କଙ୍କଡାହାଡ଼ ବ୍ଲକ ଏକ ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ହେଇଥିବାରୁ ଅନେକ ଜାଗାରେ ସରକାରୀ ଯୋଜନା ପହଁଚି ପାରି ନାହିଁ ।ଜିଲ୍ଲାପାଳ ଏହି ଘଟଣା କୁ ଗୁରୁତ୍ୱ ସହ ନେଇ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ସାଧାରଣରେ ଦାବି ହେଉଅଛି ।

Comments (0)
Add Comment