ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ,୨ ଜଣ ଅଟକ

କଙ୍କଡାହାଡ଼: ପରଜଙ୍ଗ ବ୍ଲକ ରୋଡ଼ ପଞ୍ଚାୟତ ଗଇଲ ଗ୍ରାମରେ ଗତକାଲି ଏକ ଅଭାବନୀୟ ଘଟଣା ଘଟିଛି। ଗଇଲ ଗ୍ରାମର ଭାରତ ଚନ୍ଦ୍ର ସାହୁଙ୍କ ଘର ପଛ ପାଖରେ ପଡିଶା ଘର ଲୋକ ବିଦ୍ୟୁତ୍ ତାର ଫସଲ କୁ ହାତୀ ଓ ଷଣ୍ଢ ଦାଉରୁ ରକ୍ଷା କରିବା ପାଇଁ ଟାଣିଥିଲେ।

ସେହି ଗ୍ରାମର ଭରତ ସାହୁଙ୍କ ସ୍ତ୍ରୀ ସଂଯୁକ୍ତା ସାହୁ(୫୫) ଗତକାଲି ଦିନବେଳା ଘରପଛ ପାଖରେ ଜମିକୁ କୈାଣସି କାର୍ଯ୍ୟରେ ଯାଇଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଘଟଣାସ୍ଥଳରେ ପଡିରହିଥିଲେ, ଅପରାହ୍ନ ୫ ଘଟିକା ସମୟରେ ପରିବାର ଲୋକେ ତଳେ ପଡିରହିଥିବା ର ଦେଖିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଯାଇଛି ।

ଏନେଇ ମୃତ୍ୟୁ ବରଣ କରିଥିବା ସଂଯୁକ୍ତା ଙ୍କ ପୁଅ ସୁବ୍ରତ ସାହୁ ପରଜଙ୍ଗ ଥାନା ରେ ବିଦ୍ୟୁତ ସଂଯୋଗ କରୁଥିବା ପଡୋଶୀ ଘରର ଲକ୍ଷ୍ମୀଧର ସାହୁ, ଉଦୟନାଥ ସାହୁ ଓ କୁନି ସାହୁ ମୃତ୍ୟୁ ପାଇଁ ଦାୟୀ ବୋଲି ସନ୍ଧ୍ୟା ୯ ରେ ଆସି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଘଟଣା ସ୍ଥଳକୁ ପରଜଙ୍ଗ ପୋଲିସ ଯାଇ ୨ ଜଣଙ୍କୁ ପରଜଙ୍ଗ ଥାନାରେ ଅଟକ ରଖିଥିଲା ବେଳେ କୁନି ସାହୁ ଫେରାର ଅଛନ୍ତି ଅଧିକ ତଦନ୍ତ ଜାରୀରହିଛି ବୋଲି ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ।

ବିଦୂତ ବିଭାଗ କନିଷ୍ଟ ଯନ୍ତ୍ରୀ ବିଭୁପ୍ରସାଦ ଦାସଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଛନ୍ତି ମନ୍ଦ ଉଦେଶ୍ୟ ହେଉ ଅବା ବନ୍ୟ ଜନ୍ତୁ ଶିକାର ପାଇଁ କୌଣସି ବିଦୂତ ସୋରସେସ ରୁ ଜିଆଇ ତାର ଦ୍ୱାରା ଦ୍ୱାରା ବିଦୂତ ସଂଯୋଗ କରାଯିବାରୁ ତାର ବାଡ଼ ରେ ବିଦୂତ ଥିବାରୁ ସେହି ସଂସ୍ପର୍ଶରେ ଆସିବାରୁ ମହିଳାଙ୍କର ଜୀବନ ଚାଲିଗଲା ,ଏହାସହ ବିଦୂତ ଅଧିକାରୀ ମାନେ ଘଟଣା ସ୍ଥଳକୁ ଯାଇ ବିଦୂତ ତାର ଜବତ କରିବା ସହ ଥାନାରେ ଏତେଲା ଦେଇଛନ୍ତି । ଆଜି କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

Comments (0)
Add Comment