ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ବନମହୋତ୍ସବ ସପ୍ତାହର ଶୁଭାରମ୍ଭ

ଢେଙ୍କାନାଳ:ପ୍ରତ୍ୟେକ ବର୍ଷ ଜୁଲାଇ ମାସର ପ୍ରଥମ ସପ୍ତାହକୁ ବନମହୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ଆଜି ପ୍ରଥମ ଦିବସ ଅବସରରେ ଢେଙ୍କାନାଳ ସହରର ୪ନଂ ୱାର୍ଡ ସ୍ଥିତ ଜର୍ଜ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରରେ ବଉଳ, ବେଲ, ପଣସ, ଆମ୍ବ, ଅଁଳା ଇତ୍ୟାଦି ୧୦ରୁ ଉଦ୍ଧ୍ୱର୍ ଗଛ ଆଦିର ଚାରା ରୋପଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ପ୍ରକାଶ ଚାନ୍ଦ ଗୋଗିନେନୀ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ପରେ ବୃକ୍ଷର ଯତ୍ନ ନେବା ବହୁତ ଗୁରୁତ୍ୱପୂର୍ଣ୍ଣ ମତ ଦେବା ସହ ଫାଉଣ୍ଡେସନ୍ର ଏଭଳି କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଢେଙ୍କାନାଳ ବନାଂଚଳ ଅଧିକାରୀ ବିଭୁଦାନନ୍ଦ ମିଶ୍ର, ୩ନଂ ୱାର୍ଡର କାଉନ୍ସିଲର ତଥା ଫାଉଣ୍ଡେସନ୍ର ସଦସ୍ୟ ଅଭିମନୁ୍ୟ ପଣ୍ଡା, ରଞ୍ଜନ କୁମାର ନାୟକ, ସ୍କୁଲ୍ର ପ୍ରଧାନଶିକ୍ଷୟିତ୍ରୀ ମାନସୀ କର ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଏହି କାର୍ଯ୍ୟକ୍ରମକୁ ସାଧୁବାଦ୍ ଜଣାଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସଂଯୋଜକ ସୌଭାଗ୍ୟ ବରାଳ ପରିଚାଳନା କରିବା ସହିତ ଉପସ୍ଥିତ ଲୋକମାନଙ୍କୁ ବୃକ୍ଷ ରୋପଣ ଉପରେ ସଚେତନ କରିଥିଲେ । ଶେଷରେ ଫାଉଣ୍ଡେସନ୍ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଇଂ. ସୌମ୍ୟବ୍ରତ ସାହୁ ଉପସ୍ଥିତ ରହି ବୃକ୍ଷ ରୋପଣ କରିବା ସହ ବୃକ୍ଷ ହିଁ ପ୍ରକୃତ ଜୀବନ ବନ୍ଧୁ ବୋଲି ମତପ୍ରକାଶ କରିଥିଲେ । ତେଣୁ ଆଜି ଠାରୁ ଆସନ୍ତୁ ଆମେ ଗୋଟିଏ ଗୋଟିଏ ଗଛ ଲଗାଇ ପ୍ରକୃତ ଅମ୍ଲଜାନ ସୃଷ୍ଟି କରିବା ପାଇଁ ସ୍ଥାନୀୟ ବାସୀନ୍ଦାଙ୍କୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ମଧୁସ୍ମିତା କାହ୍ନାଜୀ ମହାରଣା, ପ୍ରତାପ ନାଏକ ଓ ଫାଉଣ୍ଡେସନ୍ର ସଦସ୍ୟସଦସ୍ୟା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ମହୋତ୍ସବ ୧ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସହ ଶେଷ କରାଯିବ । ଉକ୍ତ ଉତ୍ସବରେ ୭୦୦ ରୁ ଉଦ୍ଧ୍ୱର୍ ଚାରା ଜିଲ୍ଲାର ସମସ୍ତ ବ୍ଲକ୍ରେ ଲାଗିବ ବୋଲି ଫାଉଣ୍ଡେସନ୍ର ଅଧ୍ୟକ୍ଷ ଶ୍ରୀ ସାହୁ ମତପ୍ରକାଶ କରିଥିଲେ ।

Comments (0)
Add Comment