ଗ୍ରନ୍ଥାଗାରିକ ସ୍ଵର୍ଗତ ଯୋଗାନନ୍ଦ ନାୟକଙ୍କର ଅବର୍ତମାନ: ମହିମା ମହାବିଦ୍ୟାଳୟରେ ଶୋକସଭା

ଯୋରନ୍ଦା : ମହିମା ମହାବିଦ୍ୟାଳୟର ସହଗ୍ରନ୍ଥାଗାରିକ ସ୍ଵର୍ଗତ ଯୋଗାନନ୍ଦ ନାୟକଙ୍କର ଅବର୍ତମାନରେ ମହାବିଦ୍ୟାଳୟ ପରିସରରେ ଅଧ୍ୟକ୍ଷ ଡକ୍ଟର ସଦାନନ୍ଦ ମିଶ୍ରଙ୍କ ସଭାପତିତ୍ଵରେ ଏକ ଶୋକସଭା ଆୟୋଜିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ପ୍ରାଧ୍ୟାପକ, ପ୍ରାଧ୍ୟାପିକା, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ମାନେ ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରିଥିଲେ । 

ବରିଷ୍ଠ ପ୍ରାଧ୍ୟାପକ ତଥା ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ଡକ୍ଟର ରତ୍ନାକର ଦାସ କାର୍ଯ୍ୟକ୍ରମ ସଂଯୋଜନା କରି ସ୍ଵର୍ଗତ ଯୋଗାନନ୍ଦ ନାୟକଙ୍କର ବ୍ୟକ୍ତିତ୍ଵ  ଏବଂ  ମହାବିଦ୍ୟାଳୟ ପ୍ରତି ଥିବା ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।

ପ୍ରାଧ୍ୟାପକ ପ୍ରହଲ୍ଲାଦ କୁମାର ସ୍ଵାଇଁ ସ୍ଵର୍ଗତ ନାୟକଙ୍କର ଅମ୍ଳାନ ବ୍ୟକ୍ତିତ୍ଵ,  କର୍ମଚାରୀଙ୍କ ସହିତ ଥିବା ସଦଭାବ, ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ସ୍ନେହ ଏବଂ ସେ ଜଣେ ସଚୋଟ ଅନୁଷ୍ଠାନ ପ୍ରେମୀ ଏବଂ ଦରଦୀ ବ୍ୟକ୍ତିଙ୍କୁ ଏ ଅଞ୍ଚଳ ଏବଂ ମହାବିଦ୍ୟାଳୟ ହରାଇଲା ଏବଂ ଏହା ଏକ ଶୂନ୍ୟସ୍ଥାନ ସୃଷ୍ଠୀ କରିଛି ବୋଲି ମତ ରଖିଥିଲେ ।

 ପ୍ରାଧ୍ୟାପକ ଆଦିକନ୍ଦ ମହାନ୍ତି, ପ୍ରାଧ୍ୟାପକ ପ୍ରଦୀପ୍ତ କୁମାର ଦାସ, ମୁଖ୍ୟ କିରାଣୀ ଅଭିମନ୍ୟୁ ବେହେରା ପ୍ରମୁଖ ସ୍ଵର୍ଗତ ନାୟକଙ୍କର କର୍ମମୟ ଜୀବନର ଅବତାରଣ କରିବା ସହିତ ସ୍ଵର୍ଗତ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରିଥିଲେ ଏବଂ ଉପସ୍ଥିତ ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ ତାଙ୍କ ପରିବାରର ସମସ୍ତଙ୍କୁ ଧର୍ଯ୍ୟ, ସାହସ ଏବଂ ଆଶୀର୍ବାଦ ପ୍ରଦାନ କରନ୍ତୁ ବୋଲି ଈଶ୍ଵରଙ୍କ ନିକଟରେ ପ୍ରାର୍ଥନା କରିଥିଲେ । 

Comments (0)
Add Comment