ଅଗ୍ନିକାଣ୍ଡରେ ଜଳିଗଲା ୪୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଗ୍ରୋସରୀ ଦୋକାନ

କାମାକ୍ଷାନଗର(ରାଜକିଶୋର ରାଉତ): ଅଗ୍ନିକାଣ୍ଡରେ ଜଳିଗଲା ୪୦ ଲକ୍ଷ ଟଙ୍କାରୁ ଅଧିକ ଟଙ୍କାର ଗ୍ରୋସରି ଦୋକାନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଜିରାଳ ବଡ଼ବଜାର ସ୍ଥିତ ଅଭିମନ୍ୟୁ ସାହୁଙ୍କ ଗ୍ରୋସରି ଦୋକାନରେ ଅଗ୍ନିକାଣ୍ଡ ।

ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ଉଭୟ କାମାକ୍ଷାନଗର ଓ ଭୁବନ ଅଗ୍ନିଶମ ବାହିନୀ ସାହାଯ୍ୟରେ ନିଆଁ ଲିଭା କାର୍ଯ୍ୟ ରେ ନିୟୋଜିତ ଥିଲେ ।

ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ କ୍ଷଣକରେ ଅଭିମନ୍ୟୁ ସାହୁଙ୍କ ଗ୍ରୋସରି ଦୋକାନ ଜଳି ପୋଡି ପାଉଁଶ ହୋଇଯାଇଛି ।

Comments (0)
Add Comment