ଗୁଣ୍ଡିଚାପଡା ବସ୍ ଷ୍ଟାଣ୍ଡ ଠାରେ ଅହମ୍ମଦିୟା ଯୁବ ସଂଗଠନ ପକ୍ଷରୁ ଜଳଛତ୍ର

ଢେଙ୍କାନାଳ : ସହର ଉପକଣ୍ଠ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡଠାରେ ଅହମ୍ମଦିୟା ମୁସଲିମ ଯୁବ ସଂଗଠନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ସଂପ୍ରତି ଗ୍ରୀଷ୍ମ ପ୍ରବାହ ଯୋଗୁଁ ପଥଚାରୀ ମାନେ ଶୋଷରେ ଡହଳ ବିକଳ ହେଉଛନ୍ତି। ତାପମାତ୍ରା ୪୨ ଉପରେ ରହୁଥିବାରୁ ପାଣି ମୁନ୍ଦାଏ ପିଇବା ପାଇଁ ବାଟୋଇ ମାନେ ହଟହଟା ହେଉଛନ୍ତି।

ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ସମ୍ମୁଖରେ ରଖି ଅହମ୍ମଦିୟା ଯୁବ ସଂଗଠନର ସଦସ୍ୟମାନେ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସହିଦ୍ ସ୍ମାରକ ଠାରେ ଜଳଛତ୍ର ଖୋଲି ପଥଚାରୀ ମାନଙ୍କ ତୃଷ୍ଣା ନିବାରଣ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଯୁବକମାନେ ପ୍ରଥମେ ମସଜିଦ ତୌହିଦ ସମ୍ମୁଖରେ ଏବଂ ଏବେ ଗୁଣ୍ଡିଚାପଡ଼ା ବସ୍ ଷ୍ଟାଣ୍ଡ ସହିଦ୍ ସ୍ମାରକ ଠାରେ ଜଳଛତ୍ର ଖୋଲିଛନ୍ତି।

ପବିତ୍ର ରମଜାନ ଅବସରରେ ସ୍ଥାନୀୟ ଯୁବ ସଂଗଠନ ପକ୍ଷରୁ ଖୋଲାଯାଇଥିବା ଏହି ଜଳଛତ୍ର କେନ୍ଦ୍ରରୁ ବାଟୋଇ ମାନଙ୍କୁ ଦହି ସରବତ ତଥା ବିଶୁଦ୍ଧ ପାନୀୟ ଜଳ ପ୍ରଦାନ କରାଯାଉଛି। ଅହମ୍ମଦିୟା ମୁସଲିମ ସମ୍ପ୍ରଦାୟ ଗୁଣ୍ଡିଚାପଡ଼ାର ସଭାପତି ସୁଲେମାନ ଅଲୀ ଖାଁ ତଥା କୋଷାଧ୍ୟକ୍ଷ ଅୟୁବ ଖାଁ ସାମୁହିକ ଦୂଆ (ନିରବ ପ୍ରାର୍ଥନା) କରି ଏହି ଜଳଛତ୍ରର ଶୁଭାରମ୍ଭ କରିଥିଲେ।

ଏହି ଶୁଭକାର୍ଯ୍ୟକୁ ଅହମ୍ମଦିୟା ମୁସଲିମ ଯୁବ ସଂଗଠନର ଅଧ୍ୟକ୍ଷ ମହମୁଦ ଖାଁ ସମେତ ଶେଖ୍ ମୁବଶିର, ଶେଖ୍ ଜହୀର, ହଲିମ ଅହମ୍ମଦ, ଶେଖ୍ ତନୱିର,ଇଦରିସ ଖାଁ, ମୌଲବୀ ଲିଆକତ ଅଲ୍ଲୀ ଖାଁ , ହମିଦ ଅହମ୍ମଦ, ସୁଲେମାନ ଅହମ୍ମଦ, ସାହାବାନ ବକ୍ସ, କରିମ୍ ଖାଁ, ଫରିଦ ଉଦ୍ଦିନ ଖାଁ, ମହମ୍ମଦ ମୋବେଶର, ନଇମ ଖାଁ, ଜହୁର ଖାଁ, ମୁଜାହିର ଅହମ୍ମଦ, ଶେଖ୍ ତାହିର, ସଲିମ ଉଦ୍ଦିନ ଖାଁ ପ୍ରମୁଖ ସହଯୋଗ କରିଥିଲେ।

Comments (0)
Add Comment