ହନୁମାନ ବାଟିକା ରେ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ

ଢେଙ୍କାନାଳ: ଆନ୍ତର୍ଜାତୀୟ ଶ୍ରମ ଦିବସ ଆବସରରେ ପୂର୍ବାହ୍ନ ୧୦ଘଟିକା ସମୟରେ ଢେଙ୍କାନାଳ ସହର ବସ୍ଷ୍ଟାଣ୍ଡ ସନ୍ନିକଟ ହନୁମାନ ବାଟିକା ଠାରେ ସ୍ୱର୍ଗତ ରାଘବ ଚନ୍ଦ୍ର ବେହେରାଙ୍କ ସ୍ମୃତିରେ ଏକ ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ଢେଙ୍କାନାଳର ମାନ୍ୟବର ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଓ ପୌରପରିଷଦର ଅଧ୍ୟକ୍ଷା ଜୟନ୍ତୀ ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି “”ଜଳ ହିଁ ଜୀବନ”, ଏହି ପ୍ରଚଣ୍ଡ ରୌଦ୍ର ତାପ ସମୟରେ ଜଳଦାନ ଠାରୁ ପୂଣ୍ୟ କିଛି ନାହିଁ ।

ଏହି ପ୍ରକଳ୍ପ ପ୍ରତିଷ୍ଠାରେ ସହଯୋଗ କରିଥିବା ବ୍ୟକ୍ତି ବିଶେଷ ଏହି ପୁଣ୍ୟର ଅଧିକାରୀ ବୋଲି ବ୍ୟକ୍ତ କରିଥିଲେ । ସହରର ଜନଗହଳି ପୂର୍ଣ୍ଣ ବସ୍ଷ୍ଟାଣ୍ଡ, ଟ୍ୟାକ୍ସି ଷ୍ଟାଣ୍ଡ, କୋର୍ଟ କଚେରୀ ଅଂଚଳର ପଥଚାରୀ, ଶ୍ରମିକ, ବସ୍ ଯାତ୍ରୀ ଓ ଜନସାଧାରଣ ପାଣି ଟୋପାଏ ପାଇଁ ଖୁବ୍ ଅସୁବିଧାର ସମ୍ମୁଖୀନ ହେଉଥିଲେ । ପୂର୍ବରୁ ହନୁମାନ ବାଟିକାରେ ଥିବା ପାନୀୟ ଜଳ ବ୍ୟବସ୍ଥା ପର୍ଯ୍ୟାପ୍ତ ହୋଇପାରୁନଥିଲା ।

ଏହାକୁ ଦୃଷ୍ଟିରେ ରଖି ବରିଷ୍ଠ ସାମ୍ବାଦିକ ଗଗନ ବିହାରୀ ପଣ୍ଡାଙ୍କ ପ୍ରଚେଷ୍ଟା ଓ ସମାଜିକ କର୍ମୀ ରୋଟାରିଆନ୍ ରାଜ କିଶୋର ବେହେରାଙ୍କ ସହଯୋଗରେ ତାଙ୍କ ସ୍ୱର୍ଗୀୟ ପିତାଙ୍କ ସ୍ମୃତିରେ ଏହି ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଛି ।

ଏହି ଉତ୍ସବରେ ସମାଜସେବୀ ରାମଚନ୍ଦ୍ର ପାତ୍ର, ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନର ସଭାପତି ରାଜେନ୍ଦ୍ର ଦାସ, ପୂର୍ବତନ କାଉନ୍ସିଲର ଶୁଭେନ୍ଦୁ ଶତପଥୀ, ସନ୍ତୋଷ ରାଉତ, ରୁଦ୍ରାନ୍ତ ଦଳେଇ, ବୁଲୁ ତ୍ରିପାଠୀ, ବିରଜା ମିଶ୍ର, ରଘୁନାଥ, ବଦ୍ରିନାଥ ଜେନା, ଅଶୋକ ସାହୁ, ଜୟକୃଷ୍ଣ ନାୟକ, ପଣ୍ଡିତ ମାତୃପ୍ରସାଦ ମିଶ୍ର, ଶଶିମୌଳି ରଥ, ରାଜେଶ ପଟ୍ଟନାୟକ ଓ ଗିରିଜା ମହାନ୍ତି ପ୍ରମୁଖ ସହରର ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ଶେଷରେ ସମସ୍ତଙ୍କୁ ଦହି ସର୍ବତ ବଂଟନ କରାଯାଇଥିଲା ।

Comments (0)
Add Comment