ଗଁଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ

ଗଁଦିଆ: ଗଁଦିଆ ଥିଙ୍କର୍ସ ଫୋରମ୍ ତରଫରୁ ଓଡ଼ିଆ ନବବର୍ଷ ଓ ବିଷୁବ ମିଳନ ସମାରୋହ ଥିଙ୍କର୍ସ ଫୋରମ୍ ସଭାପତି ସୁବ୍ରତ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ  ବିଷୁବ ସଂକ୍ରାନ୍ତି ଉପଲକ୍ଷେ ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଅଛି।

 

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ପୋରୁହଖୋଜ ଗ୍ରାମ ପଞ୍ଚାୟତ ର ସରପଞ୍ଚ ରତିକାନ୍ତ ସାହୁ, ବିଶେଷ ଅତିଥି ଭାବେ  ସମାଜସେବୀ ବିଶ୍ବନାଥ ଜେନା, ମୁଖ୍ୟ ବକ୍ତା ଭାବେ ମାୟାଧର ସ୍ମୃତି ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପିକା ଲିପି ମହାନ୍ତି, ବିଶେଷ ବକ୍ତା ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକ୍ରୁତିବନ୍ଧୁ ହରିହର ସାହୁ ଉପସ୍ଥିତ ହୋଇ ଓଡ଼ିଆ ନବବର୍ଷ ଓ ବିଷୁବ ସଂକ୍ରାନ୍ତି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟ କ୍ରମର ଆରମ୍ଭ ରେ ଅନୁଷ୍ଠାନ ର ସମ୍ପାଦକ ରାଘବ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ସ୍ବାଗତ ଭାଷଣ ଦେଇଥିଲେ ।

 

ଶେଷରେ ଉପସଭାପତି ଅମ୍ବୁଜ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟ କ୍ରମରେ ନିମନ୍ତ୍ରିତ ଅତିଥି, ଅନନ୍ତ ଚରଣ ଶତପଥୀ,  ଡମ୍ବରୁଧର ସେଠୀ ଓ ଅଧ୍ୟାପିକା ରଶ୍ମିତା ଜେନା ଏହି ମହାନ୍ ପର୍ବ ପାଳନ ବିଷୟରେ ଆଲୋଚନା କରିଥିଲେ।

 

ଏହି କାର୍ଯ୍ୟକ୍ରମ ରେ ଗଁଦିଆ ବ୍ଳକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ ଥିଲେ । ଅନୁଷ୍ଠାନ ର ସମସ୍ତ ସଭ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ। ରାତ୍ର ଆଠଟା ସମୟରେ ପଣାପାନ କରାଯାଇଥିଲା।
Comments (0)
Add Comment