ଜଳଛତ୍ରର ଶୁଭ ଉଦଘାଟନ

ଢେଙ୍କାନାଳ:  ଢେଙ୍କାନାଳ ସହର  ସାଇ ସତସଙ୍ଗ ସେବା ଟ୍ରଷ୍ଟ ରୋଦ୍ରତାପ ରୁ ସାମାନ୍ୟ ଆଶ୍ବସ୍ତି ପାଇବାପାଇଁ ଏକ ଜଳଛତ୍ର ଖୋଲିଛନ୍ତି । ଏହାକୁ ଆଜି ପୌର ଅଧକ୍ଷ ଜୟନ୍ତୀ ପାତ୍ର ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଅତନୁ ସାମନ୍ତ ଶୁଭ ଉଦଘାଟନ କରିଥିଲେ ।

ଏଥିରେ ଦହିସର୍ବତ ଓ ସାଧା ପାଣି ପ୍ରତିଦିନ ଯୋଗେଇଦିଆଯିବ। ପ୍ରତିଦିନ ବଜ଼ାର କୁ ଆସୁଥିବା ଲୋକମାନେ ଓ ବେପାର ବାଣିଜ୍ୟ କରୁଥିବା ବ୍ୟବସାୟୀ ମାନେ ଏଥିରେ ଉପକୃତ ହେବେ।

ଆଗାମୀ ଦିନ ରେ ଆହୁରି 4ଟି ଜାଗାରେ ଏହିପରି ଜଳଛତ୍ର ଖୋଲାଯିବ ସହିତ ଗାଈ ଗୋରୁ ଙ୍କ ପିଇବା ପାଇଁ କୁଣ୍ଡ ବସାଯିବ ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି।

Comments (0)
Add Comment