ବାଣୀ ସାହିତ୍ୟ ସଂସଦ ତରଫରୁ ଉତ୍କଳ ଦିବସ ପାଳିତ

ଭୁବନ : ଭୁବନର ସଂଭ୍ରାନ୍ତ ସାହିତ୍ୟ ଅନୁଷ୍ଠାନ ବାଣୀ ସାହିତ୍ୟ ସଂସଦ ତରଫରୁ ୮୭ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ସ୍ଥାୟୀ ସଭାପତି ବାଣୀଶ୍ରୀ ରବୀନ୍ଦ୍ର କୁମାର ହୋତା ଙ୍କ ଅଧ୍ୟକ୍ଷତାରେ ନୂଆ ଭୁବନ ଶିବମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଯେଗଦେଇ ଉତ୍କଳ ଦିବସ ପାଳନ ର ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ।

ଦେଶ ସ୍ୱାଧିନତାର ୧୧ ବର୍ଷ ପୂର୍ବରୁ ଓଡିଶା କୁ ପ୍ରଥମ ଭାଷା ଭିତିକ ରାଜ୍ୟ ଭାବେ ସ୍ୱତନ୍ତ୍ରତା ଦିଆଯାଇଥିଲା,ଏହା ଆମ ପାଇଁ ଗର୍ବ ଓ ଗୌରବ ର ବିଷୟ । ଇଂରାଜୀ ଭାଷାର ବହୁଳ ପ୍ରସାର ତଥା ଗାଁ ଗଣ୍ଡାରେ ଛତୁ ଫୁଟିବା ଭଳି କନଭେଣ୍ଟ ସ୍କୁଲ ଖୋଲିବା ଯୋଗୁ ଓଡିଆ ଭାଷା ସାହିତ୍ୟ ଆଜି ସଂକଟରେ ,ଭାଷା ସାହିତ୍ୟ ବଂଚିଲେ ,କବି,ଲେଖକ,ସାହିତ୍ୟିକ ବଂଚିବେ ତେଣୁ ଓଡିଆ ଭାଷା ସାହିତ୍ୟ ର ସୁରକ୍ଷା ପାଇଁ ପ୍ରତ୍ୟେକ ଓଡିଆ ଯୁବକ ଯୁବତୀ ପ୍ରୟାସ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ କବି ଉଦ୍ଧବ ମହାପାତ୍ର, ରଣ କବି ଗୋପୀନାଥ ବେହେରା, ସଂଜୟ ଦାସ, କବୟିତ୍ରୀ ଲଳିତା ନାୟକ , ନଳୀନି ମଂଜରୀ ମିଶ୍ର ,ଅନୁଷ୍ଠାନର ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ପ୍ରମୁଖ ୨୦ ରୁ ଉଦ୍ଧ୍ୱର୍ କବି,କବୟିତ୍ରୀ ଉପସ୍ଥିତ ରହି ସ୍ୱରଚିତ କବିତା ପାଠୋତ୍ସବ କରିଥିଲେ ।

ସଭାପତି ଶ୍ରୀଯୁକ୍ତ ହୋତା କବିତା ପାଠୋତ୍ସବ ମାଧ୍ୟମରେ ସଂସଦ ର ମୌଳିକ ଦାବି ଏକ ସଭାଗୃହ ନିମନ୍ତେ ଦାବି ଜଣାଇଥିଲେ ଓ ମୁଖ୍ୟଅତିଥି ସ୍ୱୀକୃତି ପ୍ରଦାନ କରିଥିଲେ । ଏହି ଅନସରରେ ନବନିର୍ବାଚିତ ନଗରପାଳ ଙ୍କୁ ଉତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସଂପାଦିକା ବାସନ୍ତୀ କୁମାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Comments (0)
Add Comment